କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପରିସର ସଦ୍ଭାବନା ଗୃହରେ ଆଜି ଶ୍ରମ ବିଭାଗ ପକ୍ଷରୁ ନିର୍ମାଣଧୀନ ଓ କୋଠାବାଡି ଶ୍ରମିକ ଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସାୟା ମାଝୀ, ଜିଲ୍ଲା ପରିଷଦ ଅଧକ୍ଷା କୁମାରୀ ସରସ୍ୱତୀ ମାଝୀ , ବ୍ଲକ ଅଧକ୍ଷ କଣ୍ଠ ମାଝି ଓ ଉପାଧ୍ୟକ୍ଷ କୁନି କୁମାରୀ ନାଏକ ପ୍ରମୁଖ ମଞ୍ଚସିନ ଥିଲେ ।କାର୍ଯ୍ୟକ୍ରମ କୁ ଜିଲ୍ଲା ଶ୍ରମ ଅଧିକାରୀ ଯସ୍ମୀନ ସାହୁ ପରିଚାଳନା ରେ ବ୍ଲକ ଅନ୍ତର୍ଗତ ଶତାଧିକ ଶ୍ରମିକ ଶ୍ରେଣୀର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା ଯୋଜନା ରେ ୧୦ ଜଣ ଙ୍କୁ ୨ଲକ୍ଷ୫୦ ହଜାର ,ଶ୍ରମିକ ମାନଙ୍କ ମଧ୍ୟରେ ବିବାହ ଯୋଜନା ନିମନ୍ତେ ୯ ଜଣଙ୍କୁ ୫୦ ହଜାର , ପ୍ରସୂତି କାଳୀନ ସହାୟତା ନିମନ୍ତେ ୭ ଜଣ ଶ୍ରମିକ ଙ୍କୁ ୧୦ ହଜାର ଓ ଶିକ୍ଷା କ୍ଷେତ୍ରରେ ୪୩ ଜଣ ଶ୍ରମିକ ଙ୍କ ସନ୍ତାନ ଙ୍କୁ ବ୍ୟାଙ୍କ ଆକାଉଣ୍ଟ ରେ୧ ଲକ୍ଷ ୫୦ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଫଳ ହେବାରେ ଅନ୍ୟ ମାନଙ୍କ ମଧ୍ୟରୁ ଶ୍ରମିକ ନେତା ଖଗେଶ୍ୱର ସିଂ , ନିରଞ୍ଜନ ପାତ୍ର, ଦୟା ନାଏକ , ରୁନା ନାଏକ ପ୍ରମୁଖ ସହଯୋଗ କରିଥିଲେ ।