ନୂଆଦିଲ୍ଲୀ : ୧/୦୩ (କିଶୋର ଦ୍ବିବେଦୀ)ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମ୍ଭାବ୍ୟ ବିଜେପି-ବିଜେଡି ମିଳିତ ମଞ୍ଚର ଗୁଜବ ଓଡ଼ିଶା ରାଜନୀତିରେ କେନ୍ଦ୍ର ସ୍ଥାନ ନେଇଛି। ମାର୍ଚ୍ଚ ୫ ରେ ବିଜୁ ଜନତା ଦଳର ଏନଡିଏ ରେ ଯୋଗଦେବା ପାଇଁ ଘୋଷଣା କରାଯିବ ବୋଲି କଳ୍ପନା ଜଳ୍ପନାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ମାର୍ଚ୍ଚ ୫ ରେ ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତ କରୁଛନ୍ତି।ଏଠାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ଚୂଡ଼ାନ୍ତ କରାଯାଇଥିବା ଜଣାଯାଇଛି।ଏନେଇ ଆନୁଷ୍ଠାନିକ ଘୋଷଣା ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହେବାକୁ ଯାଉଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କର ଆସନ୍ତା ସପ୍ତାହ ରେ ଓଡ଼ିଶା ଗ୍ରସ୍ତ ସମୟରେ ଉଭୟ ନେତା ଙ୍କର ସାକ୍ଷାତ ହେବାର କାର୍ଯ୍ୟକ୍ରମ ଅଛି।ବିଜେଡି ମଧ୍ୟ ଖୁବ ଶୀଘ୍ର ଜାତୀୟ ଗଣତାନ୍ତ୍ରିକ ସମ୍ମୁଖ୍ୟ(ଏନ.ଡି.ଏ)ରେ ଯୋଗ ଦେବାକୁ ଯାଉଥିବାର ସୂଚନା ମିଳିଛି।
FILE
ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲା କୁ ମଧ୍ୟ ଅନ୍ତିମ ରୂପରେଖ ଦିଆଯାଇସାରିଛନ୍ତି ବୋଲି କୁହ ଯାଉଛି ।ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ଟିରେ ପ୍ରତିଦ୍ୱନ୍ଦୀତା କରିବା କୁ ଯାଉଥିବା ବେଳେ ବିଜେଡିକୁ ୭ଟି ଆସନ ଛାଡିଦେଇଛି।ସେହିପରି ରାଜ୍ୟ ବିଧାନସଭାର ୧୪୭ଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ ଶାସକ ବିଜେଡିର ପାର୍ଥି ୧୦୬ଟିରେ ଓ ସହଯୋଗୀ ଦଳ ବିଜେପିର ପାର୍ଥି ୪୧ଟି ଆସନ ରେ ଛିଡ଼ା ହେବାକୁ ଯାଉଛନ୍ତି।
FILE
ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତା ମାନଙ୍କ ସାମନା ରେ ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି।ନିର୍ବାଚନ ବିଶେଷଜ୍ଞମାନଙ୍କ ମତାମତ ଅନୁଯାୟୀ ଏହି ନୂଆ ମେଣ୍ଟ ଆସନ୍ତା ସାଧାରଣ ଓ ରାଜ୍ୟ ନିର୍ବାଚନ ରେ ବିପୁଳ ସଫଳତା ହାସଲ କରିବାକୁ ଯାଉଛି।ନିର୍ବାଚନ ପରବର୍ତ୍ତୀ କାଳରେ ନବୀନ ପଟ୍ଟନାୟକ ରେକର୍ଡ ହାସଲ କରି ଷଷ୍ଠ ଥର ପାଇଁ ଲୋକସେବା ଭବନ ର ତୃତୀୟ ମହଲା ସ୍ଥିତ ମୁଖ୍ୟମନ୍ତ୍ରୀ ଗାଦୀ ଅଧିକାର କରିବାକୁ ଯାଉଥିବା ନିଶ୍ଚିତ ମନେହେଉଛି।ଶ୍ରୀ ପଟ୍ଟନାୟକଙ୍କ ଅଧୀନରେ ବିଜେଡି ଓ ବିଜେପି ମଧ୍ୟରୁ ଜଣେ କରି ୨ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ।
ଫାଇଲ
ଏକ ସମ୍ଭାବ୍ୟ ସହଯୋଗୀ ଦଳ ବିଷୟରେ ପଚରାଯିବାରୁ ଗୁରୁବାର ଦିନ ଓଡିଶା ବିଜେପି ମୁଖପାତ୍ର ସଜନ ଶର୍ମା ପ୍ରତ୍ୟକ୍ଷ ଉତ୍ତରରୁ ଦୂରେଇ ରହିଛନ୍ତି କିନ୍ତୁ କହିଛନ୍ତି, “ଏକ ଛୋଟ ଦଳ ସର୍ବଦା ବଞ୍ଚିବା ପାଇଁ ଏକ ବଡ଼ ଦଳରେ ଯୋଗ ଦେଇଥିବାବେଳେ ବିଜେପି ଭଳି ଏକ ବଡ଼ ଦଳ ପାଇଁ ଏକ ମିଳିତ ମଞ୍ଚର ଅର୍ଥ ହେଉଛି ସମ୍ପ୍ରସାରଣ। ଏଠାରେ ପ୍ରକାଶ ଥାଉକି ୨୦୦୯ ମସିହାରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ବିବାଦ ଯୋଗୁଁ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା।