ବୌଦ୍ଧ(ଚିତରଞ୍ଜନ ସିଂ) ୦୧/୨୪:-ଅନେକ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ରେ ଗ୍ରୀଷ୍ମ ମୁକାବିଲା ବୈଠକ ସାରିଲା ଜିଲ୍ଲା ପ୍ରଶାସନ । ଆଜି ବୌଦ୍ଧ ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ହିଟ ୱେବ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଜରୁରୀକାଳୀନ ବିଭାଗ ସମେତ ବିଭିନ୍ନ ବିଭାଗର ର କର୍ମଚାରୀ ଯୋଗ ଦେଇଥିଲେ । କିନ୍ତୁ ବୈଠକ ରେ ଜିଲ୍ଲା ର ଅନେକ ଅଧିକାରୀ ଅନୁପସ୍ଥିତ ଥିବାବେଳେ ନାମକୁ ମାତ୍ର ସରକାର ଙ୍କ ନିର୍ଦେଶ କୁ ମାନି ପ୍ରଶାସନ ବୈଠକ ସମ୍ପାଦନ କରାଯାଇଥିଲା l
ପ୍ରଥମ ପଯ୍ୟାୟ ରେ ଜିଲ୍ଲାପାଳ ନିଜେ ଅନୁପସ୍ଥିତ ରହିଥିବା ବେଳେ ପର୍ଯ୍ୟାୟ କ୍ରମେ ବୈଠକ ରେ ଅନ୍ୟ ଅଧିକାରୀଙ୍କ ସ୍ଥାନ ମଧ୍ୟ ଖାଲି ହୋଇଯାଇଥିଲା । ଖାଲି ଉପସ୍ଥାପନ ପକାଇବା ପାଇଁ ଅଧିକାରୀ ଆସୁଥିଲେ ଓ କିଛି ସମୟପରେ କକ୍ଷ ତ୍ୟାଗ କରି ଚାଲି ଯାଉଥିଲେ । ଯାହାଫଳରେ ବୈଠକ ର ମଯ୍ୟାଦା ହାନି ହେଇଥିଲା ବୋଲି ତଳସ୍ତର ର ଅଧିକାରୀ ଙ୍କ ମଧ୍ୟରେ ରେ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପଟେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜଳଛତ୍ର ,ଡାକ୍ତରଖାନା ଗୁଡିକରେ ଶୀତତାପ ନିୟନ୍ତ୍ରିତ ଅଂଶୁଘାତ କୋଠରୀ ପ୍ରସ୍ତୁତ ରଖିବା ସହ ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି କୁ ନେଇ ଜନସାଧାରଣ ଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥାଏ କିନ୍ତୁ ବିଦ୍ୟୁତ ବିଭାଗ ଗ୍ରୀଷ୍ମ ପ୍ରବାହ ରେ ବିଦ୍ୟୁତ ରକ୍ଷଣବେକ୍ଷଣ ନାମ ରେ ଘଣ୍ଟା ଘଣ୍ଟା ବିଦ୍ୟୁତ ନକାଟିବା ଓ ପାୱାର କଟ କମ କରିବା ପାଇଁ ବିଦ୍ୟୁତ ବିଭାଗ କୁ କଡା ନିର୍ଦ୍ଦେଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ଅନ୍ୟପଟେ ଖରା ବଢ଼ୁଥିବାରୁ ୧୦ଟା ପରେ ବାହାରକୁ ବାହାରିଥିଲେ ହାତ ରେ ପାଣିବୋଟଲ ,ଗାମୁଛା,କଳା ଚଷମା ନେଇ ବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସାଧାରଣ ଙ୍କୁ ନିବେଦନ କରାଯାଇଛି ।