ବୌଦ୍ଧ :  ( ଚିତ୍ତରଞ୍ଜନ ସିଂହ ) ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ କୁଶଙ୍ଗ ରେଞ୍ଜ ଅଭ୍ୟାରଣ୍ୟ ମଧ୍ୟରୁ ଗତକାଲି ବିଳମ୍ବିତ ରାତି ରେ ପେଟ୍ରୋଲିଙ୍ଗ ସମୟ ରେ ଏକ ମୃତ ବାର୍ହl ଜବତ କରିବା ସହ ଜଣେ ଆସାମୀ କୁ ଗିରଫ କରିଛି କୁସଙ୍ଗ ବନ୍ୟପ୍ରାଣୀ ବିଭାଗ l ସୂଚନା ଅନୁଯାଇ ଗତକାଲି ମଧ୍ୟ ରାତ୍ରି ରେ ବନବିଭାଗ ର ପେଟ୍ରୋଲିଙ୍ଗ ସମୟରେ ଧରା ପଡ଼ିଥିଲl ଏହି ଅଭିଯୁକ୍ତ l ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ ନୟାଗଡ଼ ଅଧିନସ୍ଥ କୁଆଁରୀଆ ରେଞ୍ଜ ଡୁଇଶିଙ୍ଗ ଅଞ୍ଚଳରୁ ବାର୍ହା ମାଂସ ଧରି ଦୁଇଟି ମଟର ସାଇକେଲ ଯୋଗେ ଚାରି ଜଣ ଯୁବକ ଚାରିଛକ ଆଡକୁ ଆସୁଥିବା ସମୟରେ କୁସଙ୍ଗ ବନ ବିଭାଗ କର୍ମଚାରୀ ମାନେ ଗେରେଡି ସାହି ନିକଟରେ ପେଟ୍ରୋଲିଂ କରୁଥିବା ଦେଖି ମାଂସ ପକାଇ ତିନିଜଣ ବାଇକ ଯୋଗେ ଫେରାର ମାରୁଥିବା ବେଳେ ଜଣକୁ କାବୁ କରିଥିଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗ l ଅଭିଯୁକ୍ତ ପାଖରୁ ଦୁଇଟି ବସ୍ତା ରେ ଏକ ବାର୍ହl କୁ ଦୁଇ ଖଣ୍ଡ କରି ଭର୍ତି କରିଥିବା ମିଳିଥିଲା l

ପରେ ହରଭଙ୍ଗା ପ୍ରାଣୀ ଚିକିତ୍ସl ଡାକ୍ତର ପ୍ରିୟ ବ୍ରତ ବେହେରା ରେଞ୍ଜ କାର୍ଯ୍ୟାଳୟ ପହଁଚି ମୃତ ବାର୍ହl କୁ ବ୍ୟବଛେଦ ପରେ ପୋତି ଦେଇଥିବା ଜଣାପଡ଼ିଛି l ଜବଦ ହୋଇଥିବା ବାର୍ହା ମାଂସ ଏକ କ୍ଯୁଣ୍ଟାଲ ରୁ ଉର୍ଦ୍ଧ ହୋଇଥିବା ବେଳେ ଧରା ପଡ଼ିଥିବା ଅଭିଯୁକ୍ତ ଜଣକ ହେଲେ ପୁରୁଣା କଟକ ଥାନା ଜାମୁ ପଦର ଗାଁ ର ସୁଧୀର ଦେହୁରୀ l ଏନେଇ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଚାରିଛକ JMFCକୋର୍ଟ କୁ ଚlଲାଣ କରିଥିବା ଜଣାପଡ଼ିଛି lଅନ୍ୟ ପଟେ ଫେରାର ଥିବା ଅନ୍ୟ 3ଅଭିଯୁକ୍ତ କୁ ଖୁବ ଶୀଘ୍ର ଧରାପଡିବେ ବୋଲି କୁଶଙ୍ଗ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ କହିଛନ୍ତି l ଏହି ପେଟ୍ରୋଲିଙ୍ଗ ସମୟରେ କୁଶଙ୍ଗ ରେଞ୍ଜ ଅଧିକାରୀ, ଙ୍କ ସମେତ ଫରେଷ୍ଟର ପ୍ରଶାନ୍ତ ଗୁରୁ ,ଇନଚାର୍ଜ ଫରେଷ୍ଟର ରାଜ ଶତପଥି,ଫରେଷ୍ଟ ଗାର୍ଡ ବିଶ୍ଵାମିତ୍ର ଧାରୁଆ , ଅନିତା ଦୁର୍ଗାସ୍କ୍ୱାର୍ଡ ବିଜ୍ଞାନ ବେହେରl , ଭକ୍ତ ବେହେରା, ମହେଶ୍ବର ଦିଗାଲ, ଅକ୍ଷୟ ସାହୁ, ଗିରିଶ ବେହେରl ପ୍ରଫୁଲ୍ଲ ସାହୁ, ବଳରାମ ମହାଲିକ ପ୍ରମୁଖ ସାମିଲ ରହିଥିଲେ l