ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସାଧାରଣ ନିର୍ବାଚନ -2024 କୁ ଜିଲ୍ଲାରେ ବ୍ୟବସ୍ଥିତ ଓ ଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ମୁଦ୍ରଣ ଛାପାଖାନା ସତ୍ବାଧୀକାରୀ ଓ ଜିଲ୍ଲାର ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏକ ସଚେତନତା ବୈଠକ ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପାଳ ମୁଦ୍ରଣ ଛାପାଖାନା ସତ୍ବାଧୀକାରୀ ଙ୍କୁ ନିର୍ବାଚନ ସମୟ ରେ ପ୍ରାର୍ଥୀ, ପ୍ରାର୍ଥୀନୀ, ପ୍ରାର୍ଥୀ ଙ୍କ ସମ୍ୱନ୍ଧୀୟ, ଅଥବା ଦଳଙ୍କ ଦ୍ୱାରା ପ୍ରସ୍ତୁତ ନିର୍ବାଚନ ପ୍ରଚାର ଉପରେ ଆବଶ୍ୟକୀୟ ଛାପା ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ବିହିତ ଆଇନ ର ପ୍ରତିପାଳନ କରିବା ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସୂଚନା ପ୍ରଦାନ କରିଛନ୍ତି l
ସେହିପରି ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇଥିବା ସମୟରେ କୌଣସି ପ୍ରାର୍ଥୀ, ପ୍ରାର୍ଥୀନୀ ତଥା ସମ୍ପର୍କୀୟ ଓ ରାଜନୈତିକ ଦଳ ର ଜମା ଖାତା ଉପରେ ନଜର ରଖିବା ସହ ବ୍ୟାଙ୍କ ଅଧିକାରୀ ବାରମ୍ବାର ଲକ୍ଷାଧିକ ଟଙ୍କା ର ଲେଣ ଦେଣ ଜମା ଖାତା ଉପରେ ନଜର ରଖିବା, 10 ଲକ୍ଷ ଟଙ୍କା ର ଏକକାଳୀନ ଜମା ଓ ଉଠାଣ ହେଉଥିବା ଜମା ଖାତା ଉପରେ ବିଶେଷ ନଜର ରଖିବା ସହ ତୁରନ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି
ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ କହିଥିଲେ ଯେ ‘ଭାରତୀୟ ନିର୍ବାଚନ ଆୟୋଗଙ୍କ ନୀତି ନିୟମକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରି ସମସ୍ତ ପ୍ରାର୍ଥୀ ମାନଙ୍କୁ ସମାନ ସ୍ତର ଯୋଗାଇଦେଇ ଜିଲ୍ଲାରେ ସାଧାରଣ ନିର୍ବାଚନ– ୨୦୨୪କୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତପୂର୍ଣ ଭାବେ ସମାପନ କରିବା ନିମନ୍ତେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ନିର୍ବାଚନ ଯଶସ୍ୱନି ପୋଥାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜି ଏସ ଟି ଡେପୁଟି କମିଶନର ବିକାଶ କୁମାର ମହାନ୍ତି , ଏଲ ଡି ଏମ ଜି କାମରାଜ ଦୋରା, ଜିଲ୍ଲାସ୍ଥିତ ସମସ୍ତ ବ୍ୟାଙ୍କ ଅଧିକାରୀ, ମୁଦ୍ରଣ ଛାପାଖାନାର ସତ୍ବାଧୀକାରୀ ପ୍ରମୁଖ ଯୋଗଦାନ କରିଥିଲେ l