ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଦେଶରେ ଥରେ କଂଗ୍ରେସ ୪୧୨  ଲୋକସଭା ଆସନ ଜିତିଥିଲା, ସେତେବେଲେ ଏହାର ଭୋଟ୍ ପ୍ରତିଶତ ୪୮  ଥିଲା। ସେତେବେଲେ ଇନ୍ଦିରା ଗାନ୍ଧୀ ଙ୍କ ସହିତ ସହାନୁଭୂତିର ଏକ ତରଙ୍ଗ ମଧ୍ୟ ଥିଲା, ଇନ୍ଦିରା ଜୀଙ୍କର କାର୍ଯ୍ୟକଳାପକୁ ମଧ୍ୟ ଜନସାଧାରଣ ପ୍ରଶଂସା କରିଥିଲେ | ଏପରିକି ମଣ୍ଡଳ-କମଣ୍ଡାଲଙ୍କ ଭଳି ଖେଳ ମଧ୍ୟ ସେତେବେଳେ ଆରମ୍ଭ ହୋଇନଥିଲା। ସେତେବେଳେ ଦେଶରେ ଭୋଟ୍ ହାର ଆଜିର ପରି ଅଧିକ ନଥିଲା। କଂଗ୍ରେସର ନିଜସ୍ୱ ଏକ ସାଂଗଠନିକ ଢାଞ୍ଚା  ଥିଲା । ସେହି ସମୟରେ ଗାଁରୁ ସହର ପର୍ଯନ୍ତ କଂଗ୍ରେସର ନିଜର ସଂଗଠନ ଦୃଢ ଥିଲା। ଏଭଳି ପରିସ୍ଥିତିରେ କଂଗ୍ରେସ ଲୋକସଭାରେ ୪୦୦ରୁ ଅଧିକ ଆସନ ପାଇଥିଲା।କିନ୍ତୁ ଆଜି କଂଗ୍ରେସ ର ନେତା ରାହୁଲ ଗାନ୍ଧୀ ଙ୍କ ରାଜନୈତିକ ପରିପକ୍ଵତା ନଥିବାରୁ କଂଗ୍ରେସ ଏବେ ଧାରାଶାୟୀ । 

ଏସବୁ ସତ୍ବେ  ଯଦି ଆମେ ବିଜେପିର ୪୧୨ ଦାବିକୁ ଦେଖିବା ତେବେ ଏହାର ଅର୍ଥ ଭିନ୍ନ ଦେଖାଯାଏ। ବିଜେପିର ସାଧାରଣ ସମର୍ଥନ ଆଧାର ମାତ୍ର ୩୮  ପ୍ରତିଶତ। ଗତ ଦୁଇଟି ଲୋକସଭାରେ ବିଜେପିର ଏକ ତରଙ୍ଗ ଥିଲା, ଯେଉଁଥିରେ ଏହା ୨୦୧୪ ରେ ପ୍ରାୟ ୩୧  ପ୍ରତିଶତ ଏବଂ ୨୦୧୯  ରେ ପ୍ରାୟ ୪୦  ପ୍ରତିଶତ ଥିଲା। ହଁ, ଯଦିଓ ଆମେ ସମଗ୍ର ଏନଡିଏର ଶତକଡ଼ା ଯୋଗ କରୁ, ସମାନ ପରିସ୍ଥିତି ଦୃଶ୍ୟମାନ ହୁଏ ନାହିଁ, କାରଣ ଏଥର NDA ର ରୂପ ଅଲଗା | ରାମ ମନ୍ଦିରଠାରୁ ଆରମ୍ଭ କରି ବିଜେପି ଏବଂ ଶାସକ ଦଳ ଦ୍ୱାରା ଅନେକ ନୂଆ ପ୍ରସଙ୍ଗ ଉନ୍ମୋଚନ କରାଯାଉଛି, କିନ୍ତୁ ୨୦୧୯  ଭଳି ଏକ ତରଙ୍ଗ ବିଜେପି ସପକ୍ଷ ରେ ସୃଷ୍ଟି ହେଉନାହିଁ |

ପୂର୍ବ ଏଜେଣ୍ଡା କୁ ନେଇ ଜନସାଧାରଣଙ୍କ ପାଖକୁ  ଯିବାର କ୍ଷମତା ମଧ୍ୟ ବିଜେପିର ନାହିଁ। କାରଣ ଏଥର ସେ ୨୦୧୪  ଏବଂ ୨୦୧୯  ରେ କ୍ଷମତାକୁ ଆସିଥିବା ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ଦେବାକୁ ବିଜେପି  ଚାହୁଁନାହିଁ , କାରଣ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ସେମାନଙ୍କ ପ୍ରତିଶ୍ରୁତି  କାର୍ଯ୍ୟ କରାଯାଇ ନାହିଁ। ଆମେ କଳା ଟଙ୍କା, ବିମୁଦ୍ରୀକରଣ, ଧାରା ୩୭୦ , କୃଷକଙ୍କ ଆୟର ଦ୍ୱିଗୁଣିତ କରିବା,୧୦୦  ଟି ସ୍ମାର୍ଟ ସିଟି, ବୁଲେଟ୍ ଟ୍ରେନ୍, ପ୍ରତିବର୍ଷ ୨ କୋଟି ଚାକିରୀ, ଦୁର୍ନୀତିମୁକ୍ତ ଭାରତ, ଅର୍ଥନୈତିକ ସମୃଦ୍ଧତା, ପଡୋଶୀ ଦେଶ ସହ ସମ୍ପର୍କ, ଦେଶର ସୀମା ସୁରକ୍ଷା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରୁଛୁ। । ଏପରି କିଛି ପ୍ରସଙ୍ଗ ଅଛି ଯେଉଁଥିରେ ବିଜେପି ଜନସାଧାରଣଙ୍କ ମଧ୍ୟରେ ଏଥର ଯିବାକୁ ଇଚ୍ଛା କରୁ  ନାହିଁ କିମ୍ବା ଏହା କରିବାର କ୍ଷମତା ନାହିଁ। ଏଭଳି ପରିସ୍ଥିତିରେ ଲୋକସଭାରେ ୪୦୦ ଅଙ୍କ  ଅତିକ୍ରମ କରିବା ବିଜେପି ପାଇଁ ଏତେ ସହଜ ସାଧ୍ୟ ନୁହେଁ । ତେଣୁ ବିଜେପି ଦେଶ ରେ ଥିବା ଆଞ୍ଚଳିକ ଦଳ ଗୁଡିକୁ ନିଜ ସହ ଯୋଡି ହେବାକୁ ବାଧ୍ୟ କରୁଛି ।ଏବେ  ଏନଡିଏରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ସାମିଲ ହେବା ନେଇ ଟିଡିପି ସାଂସଦ କନକମେଦଲା ରବୀନ୍ଦ୍ର କୁମାରଙ୍କ ସୂଚନା ଦେଇଛନ୍ତି। ଟିଡିପି ସହ ଜନସେନା ପାର୍ଟି ମଧ୍ୟ ଏନଡିଏରେ ସାମିଲ ନେଇ ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲିବେ ବୋଲି ଜଣାପଡ଼ିଛି।ଏପଟେ କଂଗ୍ରେସ ର ରେକର୍ଡ ଭାଙ୍ଗିବା ପାଇଁ କେନ୍ଦ୍ର ସବୁ ପ୍ରକାର ଶକ୍ତି ଲଗେଇ ଦେଇଥିବା ଜଣା ପଡୁଛି । ପଶ୍ଚିମ ବଙ୍ଗ ରେ ଯେଉଁ ପରି ED ଓ CBI ର ରେଡ ପଡୁଛି ସେଥିରୁ ଅନ୍ୟ ରାଜ୍ୟ ମାନଙ୍କୁ ଡରାଇବା ପରି ମାନେ ହେଉଛି ।

ନିର୍ବାଚନ ଆୟୋଗକୁ ନିଅ, ଯାହା ସାମ୍ବିଧାନିକ ଭାବରେ ଏହି ଦେଶରେ ନିର୍ବାଚନ କରିବା ପାଇଁ ସ୍ବାଧୀନ ଥିଲା , ଯାହା ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ମନୋନୀତ ହେଉଥିଲା, କିନ୍ତୁ ଆଜି ଏହାକୁ ସିଧାସଳଖ ଚୟନ କରାଯିବ ଯେଉଁଥିରେ ନିର୍ବାଚନ ସ୍ୱଚ୍ଛ କେତେ ରହିବ ତାହା ପ୍ରଶ୍ନ ବାଚୀ ?  ଏହି ଚୟନ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ଆମର ପ୍ରଧାନମନ୍ତ୍ରୀ, ଦେଶର ଗୃହମନ୍ତ୍ରୀ ଆମର କେନ୍ଦ୍ର ମନ୍ତ୍ରୀ ତଥା ବିରୋଧୀ ଦଳର ନେତାମାନେ ଏହି ଚୟନ କମିଟିରେ ନାମକରଣ କରିବେ।

ଓଡ଼ିଶା କଥା କହିବାକୁ ଗଲେ ଓଡ଼ିଶାରେ ବିଜେଡି ଓ ବିଜେପି ମେଣ୍ଟ ହେଉ ଏହା ଚାହୁଁ ନାହାନ୍ତି ଓଡ଼ିଶାର ରାଜା ନେତା ।ଏପଟେ ଓଡ଼ିଶାରେ ନବୀନ ବାବୁଙ୍କ ଲୋକ ପ୍ରିୟତାକୁ ଉପଯୋଗ କରିବାକୁ ଦିଲ୍ଲୀ ବିଜେପି ଏକ ପ୍ରକାର ମେଣ୍ଟ କରିବାକୁ ଚାହୁଛି ।  କେନ୍ଦ୍ରର ନଜର ତୀକ୍ଷ ଅଛି ଓଡ଼ିଶାରେ ବିଗତ ଦିନରେ ହୋଇଥିବା ଘୋଟଲା ଉପରେ। କେନ୍ଦ୍ର ED ଓ CBI କୁ ଅସ୍ତ୍ର ଭାବେ କାଳେ ବ୍ୟବହାର କରିବ ,ଏହି ଚିନ୍ତା ରେ ବିଜୁ ଜନତା ଦଳ ଏନଡିଏରେ ସାମିଲ ହେଉଥିବା ନେଇ ବୁଧବାରଠାରୁ ଦେଇ ସାରିଛି ସଙ୍କେତ । କିନ୍ତୁ ସିଟ୍ ସେୟାରିଂ କଥାରେ ଅଟକିଛି ସସପେନ୍ସ । ଯାହାକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ଚାଲିଛି ଘନ ଘନ ବୈଠକ । ସବୁଠି ମାନସ ମନ୍ଥନ ଚଳାଇଛନ୍ତି ଦୁଇ ଦଳର ଶୀର୍ଷ ନେତୃତ୍ୱ । ଗୁରୁବାର ସନ୍ଧ୍ୟାରେ ବିଜେଡିର ଦୁଇ ଶୀର୍ଷ ନେତା ବବି ଦାସ ଓ ଭିକେ ପାଣ୍ଡିଆନ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ଫେରିଛନ୍ତି ।

ହେଲେ ଏ ସବୁ ଭିତରେ ଆସନ ବୁଝାମଣାର ସଂଖ୍ୟା ଗଣିତକୁ ନେଇ ବଢ଼ିବାରେ ଲାଗିଛି ବହୁ ଚର୍ଚ୍ଚା ଓ ଆଲୋଚନା ।ନିକଟ ରେ ଦିଲ୍ଲୀ ରୁ ଫେରି ମନମୋହନ ସାମଲ କହିଲେ ମେଣ୍ଟ ବିଷୟ ରେ କୌଣସି ଆଲୋଚନା ହୋଇନାହିଁ । ଏ କଥା ବୋଧେ କେନ୍ଦ୍ର କୁ ଭଲ ଲାଗିଲା ନାହି । ପୁଣି ଡକରା ହେଲା ଓଡ଼ିଶା ବିଜେପି ନେତାଙ୍କୁ । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ।

କୁହାଯାଉଛି ଅଧିକ ଲୋକସଭା ଆସନରେ ଲଢ଼ିବ ବିଜେପି, ବିଜେଡି ଭାଗରେ ପଡ଼ିବ ଅଧିକ ସଂଖ୍ୟାରେ ବିଧାନସଭା ଆସନ । ବିଧାନସଭାରେ ବିଜେଡି ୧୦୦  ବିଜେପି ୪୭  ଆସନ ଏବଂ ଲୋକସଭାରେ ବିଜେଡି ୭  ଓ ବିଜେପିକୁ ୧୪ ଆସନ ଫର୍ମୁଲାକୁ ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି। ସମୟ ଗଡୁଛି ଚର୍ଚ୍ଚା ବଢୁଛି କିନ୍ତୁ ଆସୁନି ସ୍ପଷ୍ଟ ଚିତ୍ର । ଖୁବ କମ ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବା ବେଳେ ଉଭୟ ଶିବିର ଉପରେ ଅଟକିଛି ରାଜ୍ୟବାସୀଙ୍କ ନଜର।ଏବେ ଦେଖିବାକୁ ବାକି ରହିଲା ଓଡ଼ିଶା ର ଭୋଟର ଙ୍କ ଅଙ୍ଗୁଳି ଏଥର କେଉଁ ଆଡେ ଯାଉଛି ।