ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବିଭାଗର ଦୁର୍ନିତୀ ସଂପର୍କରେ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଜନଶୁଣାଣୀ
ନବରଙ୍ଗପୁର (ବେଣୁ ଗୋପାଳ ରାଓ)ପୂର୍ବ ଘୋଷଣା ଅନୁଯାୟୀ ଆଜି ସଂଗ୍ରାମୀ ଲକ୍ଷ୍ମୀ ଚନ୍ଦ୍ର ଦାସ ପ୍ରେସ୍କ୍ଲବ, ନବରଙ୍ଗପୁର ଠାରେ ଅଞ୍ଛଳ ଭାରତ ଭ୍ରଷ୍ଟାଋର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଡି.ଇ.ଓ.ଙ୍କର ବ୍ୟାପକ ଦୁର୍ନୀତି କାରବାର ସଂପର୍କରେ ରାଜ୍ୟ କମିଟି ନିକଟରେ ଅଭିଯୋଗ ପହଁଚିବା ପରେ ।
ରାଜ୍ୟ ଆବାହକ ବରିଷ୍ଠ ଆଇନ୍ଜୀବୀ ସୁବ୍ରତ କୁମାରନନ୍ଦଙ୍କ ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ରାଜ୍ୟ ସଂପାଦକତଥା ଶିକ୍ଷକ ନେତା-ଶ୍ୟାମସୁନ୍ଦର ପଣ୍ଡା, କୋରାପୁଟ ଜିଲ୍ଲା ସଭାପତି- ବରିଷ୍ଠ ଆଇନ୍ଜୀବୀ-ଅଶୋକ ମିଶ୍ର,ରାୟଗଡା ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ-ରାଧାକୃଷ୍ଣ ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ଆବାହାକସାମ୍ବାଦିକ-ଈଶ୍ଵର ରାଓ ଓ ଜିଲ୍ଲା ସମ୍ପାଦକ ଆଦିବାସୀ ନେତା- ଅର୍ଜୁନ ଭାତ୍ରା, ଗୁଡାରି ବ୍ଲକ୍ ସଂଯୋଜକ-ଗୌରୀ ଶଙ୍କର ମିଶ୍ର, ବୋରିଗୁମା ବ୍ଲକ ସଭାପତି-ବରିଷ୍ଠ ସାମ୍ବାଦିକ– ରବୀନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଜନଶୁଣାଣୀରେ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।
ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦିଷ୍ଟ ଡାଟାଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା କଥା ଜନ ଶୁଣାଣୀରେ ଶିକ୍ଷକନେତା ଶିକ୍ଷାବିତ୍ ଓ ପ୍ରାଥମିକ ଶିକ୍ଷକ ସଂଘର କର୍କ ର୍ତ୍ତାମାନେ ଅଭିଯୋଗ କରିଥିଲେ । ଆଜିର ଜନଶୁଣାଣୀ ପରେ ଖୁବ୍ ଶୀଘ୍ର ଉକ୍ତ ତଥ୍ୟ ଅନୁସନ୍ଧାନକାରୀ ଚାର୍ଜ ଫ୍ରେସ୍ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଓ ଭିଜିଲାନସ୍କୁ ପ୍ରଦାନ କରାଯିବ । ରାଜ୍ୟ ସରକାର ଏବେ ଡ଼ି.ଇ.ଓ. ବଦଳି କରିଛନ୍ତି ମାତ୍ର
ଦୁର୍ନିତୀର ତଦନ୍ତ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।
ଦୁର୍ନିତୀର ତଦନ୍ତ କରି ଡ଼ି.ଇ.ଓ.ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭ୍ରଷ୍ଟଚାର ବିରୋଧୀ ସଂଗଠନ ଉଦ୍ୟମ ଅବ୍ୟାହତ ରଖିବ । ଅନ୍ୟ ଜିଲ୍ଲା ଅପେକ୍ଷା ନବରଙ୍ଗପୁର ଜିଲ୍ଲାରେ ଦୁର୍ନିତୀର ମାତ୍ର ସର୍ବାଧିକ ହୋଇଥିବାରୁ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଦୁର୍ନିତୀ ଦୂର କରିବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଗ୍ରହଣ କରାଯାଇଥିବା କଥା ଆବାହକ ଆଇନ୍ଜୀବୀ ଶ୍ରୀ ନନ୍ଦ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମାସରେ ଏହି ଭଳି ଜନଶୁଣାଣୀ ମାଧ୍ଯମରେ ବିଭିନ୍ନ ବିଭାଗର ଦୁର୍ନିତୀ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସଂଗଠନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିବା କଥା ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।