ହରଭଙ୍ଗା :(ଆପ୍ର)ବୌଦ୍ଧ ଜିଲ୍ଲା ମନ୍ଦିର ଗୁଡ଼ିକରୁ ଲୋଲୁପ ଦୃଷ୍ଟି ଛାଡ଼ୁନି ମନ୍ଦିର ଲୁଟେରା ଙ୍କ l ବାରମ୍ବାର ମନ୍ଦିର ଗୁଡିକ ରୁ ଚୋରି ହେଲେବି ଧରା ପଡୁନି ଲୁଟେରା କି ଠାବ ହେଉନି ଚୋରି ସାମଗ୍ରୀ l ପୋଲିସ କୁ ଚ୍ୟାନେଚ କରି ମନ୍ଦିର ତାଲା ଭାଙ୍ଗି ଲୁଟୁଛି ମନ୍ଦିର ଲୁଟେରା କିଛି ଦିନ ବିରତି ପରେ ପୁଣି ଲୁଟେରା ଙ୍କ ଲୋଲୁପ ଦୃଷ୍ଟି ଜିଲ୍ଲାର ହରଭଙ୍ଗା ଥାନା ବାଇଶିପଡା ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ପଡି ଲୁଟିଛି ଲକ୍ଷାଧିକ ଟଙ୍କାର ସମ୍ପତି l

ଅନୁଯାଇ ଗତ ୬ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାର ପ୍ରାୟ ୧୫ ଗୋଟି ମନ୍ଦିର ରୁ ବହୁ ମୂଲ୍ୟର ସମ୍ପତି, ପ୍ରତିମା, ଦାନ ବାକ୍ସ ଚୋରି ହୋଇଥିବା ବେଳେ ଗତ କାଲି ରାତ୍ରି ରେ ହରଭଙ୍ଗା ଥାନା ବାଇଶି ପଡା ଜଗନ୍ନାଥ ମନ୍ଦିର ରୁ ଲୁଟେରା ତାଲା ଭାଙ୍ଗି ଠାକୁର ଙ୍କ ସୁନା, ରୁପା ଅଳଙ୍କାର, କାନ ଫୁଲ, ମାଇକ ସେଟ, ୱାଲ ଫେନ, ପାଣି ମୋଟର, ରାମ ଲକ୍ଷ୍ମଣ ଓ ସୀତା ଙ୍କ ଏକ ପିତଳ ପ୍ରତିମା, ଦାନ ବାକ୍ସ ସହ ନଗଦ ଠାକୁର ଙ୍କ ୧୫୦୦୦ ରୁ ଉର୍ଦ୍ଧ ଟଙ୍କା ଚୋରି ହୋଇଛି l

ଜାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଗ୍ରାମବାସୀ ମତ ରଖିଛନ୍ତି l ଖବର ପାଇ ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ଚୋରୀର ତଦନ୍ତ ଚଳାଇଛି l ଖବର ସଂଗ୍ରହ ପର୍ଯ୍ୟନ୍ତ ଲୁଟେରା କିମ୍ବା ଚୋରି ସାମଗ୍ରୀ ର ପତା ପୋଲିସ ପାଖରେ ନ ଥିବା ଜଣା ପଡିଛି l