କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ପଞ୍ଚାୟତ କୁ ବ୍ଲକ ମାନ୍ୟତା ଦାବି ନେଇଁ କିଛି ଦିନ ହେଲା ସାଧାରଣ ରେ ଆଲଚନା ଚାଲି ଥିବା ବେଳେ ଗତ କାଲି ଡ଼ଙ୍ଗାସିଲ ସଦର ଠାରେ ପାଖାପାଖି ୫ ଟି ପଞ୍ଚାୟତର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି , ସମାଜ ସେବୀ ଓ ଅଂଚଳର ଶତାଧିକ ଲୋକଙ୍କ ଉପସ୍ଥିତ କ୍ରମେ ଡ଼ଙ୍ଗାସିଲ କୁ ବ୍ଲକ ଓ କାଶୀପୁର କୁ ସବ-ଡିଭିଜନ ମାନ୍ୟତା ପାଇଁ ବୈଠକ କରାଯାଇଥିଲା। ପାଖାପାଖି ୧୨ ଟି ପଞ୍ଚାୟତ କୁ ନେଇଁ ଡ଼ଙ୍ଗାସିଲ କୁ ବ୍ଲକ ମାନ୍ୟତା ଦେଲେ ଅଞ୍ଚଳର ଜନ ସାଧାରଣ ଅନେକ ସମସ୍ୟାରୁ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ।

କାଶୀପୁର ବ୍ଲକ ତଥା କାଶୀପୁର କୁ ଉପାନ୍ତ ଡ଼ଙ୍ଗାସିଲ ଅଂଚଳର ଲୋକେ ତାଙ୍କ ମୌଳିକ ସମସ୍ୟା କୁ ବ୍ଲକ ପ୍ରଶାସନ କିମ୍ବା ତହସିଲ,ମେଡିକାଲ ବା ମାଲି ମୋକଧମା କୋର୍ଟ କଚେରୀ କାର୍ଯ୍ୟରେ ତାଙ୍କୁ ଯାତାୟତରେ ଅନେକ ଅସୁବିଧାର ଶମ୍ବୁଖୀନ ହେବା ଦର୍ଶାଇ ଯଥାଶୀଘ୍ର ଡ଼ଙ୍ଗାସିଲ କୁ ବ୍ଲକ ମାନ୍ୟତା ଦେଲେ ଲୋକେ ଉପକୃତ ହେବା ସହ ତାଙ୍କ ଦୈନନ୍ଦିନ ସମସ୍ୟାରୁ ମୁକୁଳିବେ ବୋଲି ପ୍ରକାଶ କରିଛନ୍ତି।

ଏହିଭଳି ଡ଼ଙ୍ଗାସିଲ କୁ ବ୍ଲକ ଓ କାଶୀପୁର କୁ ସବଡ଼ିଭିଜନ ମାନ୍ୟତା ଦିଆଯିବା ଦାବି ନେଇଁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେସ୍ୟୟରେ କାଶୀପୁର ତହସିଲଦାର ଶ୍ରୀ ସୁନୀଲ କୁମାର ପ୍ରଧାନଙ୍କ ଜରିଆରେ ଏକ ଦାବି ପତ୍ର କାଶୀପୁର ବ୍ଲକ ବାସୀ ପ୍ରଦାନ କରିଛନ୍ତି।ପ୍ରକାଶ ଥାଉକି ଏହାର ଏକକିତା ନୋକଲ ମାନ୍ୟବର ପ୍ରଧାନ ମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ରାଜ୍ୟପାଳ ଓଡିଶା,କେନ୍ଦ୍ରୀୟ ସଂଖ୍ୟାଲଘୁ ପଛୁଆ ବର୍ଗ ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ମନ୍ତ୍ରୀ, ରାଜ୍ୟ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରେରଣା କରାଗଲା।