ହରଭଙ୍ଗା (ଚିତ୍ତରଞ୍ଜନସିଂ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ରେ ବହୁ ପୁରାତନ ଶୀତଳ ପାଣି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଆଜି ବନ୍ୟ ପ୍ରାଣୀ ବିଭାଗ କୁ ହସ୍ତାନ୍ତର କରାଯାଇଛି l ଜନ ସାଧାରଣ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ରାଜା ରାଜୁଡା ସମୟରେ ବହୁ ପୁରାତନ ଜଗନ୍ନାଥ ସଡ଼କ ଶୀତଳ ପାଣି ଠାରେ ୧୯୦୮ ମସିହାରେ ନିର୍ମିତ ହୋଉଥିଲା ଏହି ଡାକ ବଙ୍ଗଳା l ପରେ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା ଏବଂ ଏହି ଅଞ୍ଚଳ ମହାନଦୀ ବନ୍ୟ ପ୍ରାଣୀ ଅଧୀନ କୁ ଯିବା ପରେ ସାଧାରଣ ଜନତା ବ୍ୟବହାର ରୁ ବଞ୍ଚିତ ରହିରେ l
ଆଜି ଉକ୍ତ ପୂର୍ତ୍ତ ବିଭାଗ ବଙ୍ଗଳା କୁ ମହାନଦୀ ବନ୍ୟ ପ୍ରାଣୀ ବିଭାଗ କୁ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ହସ୍ତାନ୍ତର କରିବା ସହିତ ମରାମତି ଓ ନୂତନ ଗୃହ ପାଇଁ ବନ୍ୟ ପ୍ରାଣୀ ବିଭାଗ ଦ୍ୱାରା ୩୨ ଲକ୍ଷ ଟଙ୍କା ବ୍ୟୟ ରେ ମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି l ତତ ସହିତ ସୁନା ଖଣିଆ ବିଟ୍ ନୂତନ ଗୃହ ଶୁଭ ଉଦ୍ଘାଟନ କରିଛନ୍ତି l
ଏହି ସମସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ମହାନଦୀ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ ପାର୍ଥ ସାରଥୀ ମଲିକ, କୁସଙ୍ଗ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ,ଫରେଷ୍ଟର ଶ୍ରୀକାନ୍ତ ଗୁରୁ, ଅନ୍ୟ କର୍ମଚାରୀ, ସ୍ଥାନୀୟ ସ୍ୱେଚ୍ଛା ସେବି ସଂଜିତ ଦେହୁରୀ, ଜ୍ୟୋତି ରଞ୍ଜନ ସାହୁ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ lସୂଚନା ମତେ ଅଞ୍ଚଳର ଜନ ସାଧାରଣ ବହୁ ପୁରାତନ ଜଗନ୍ନାଥ ରାସ୍ତା ରେ ଜିବା ଆସିବା କରିବା ପାଇଁ ମନ୍ତ୍ରୀଙ୍କୁ ଆପତି ଜଣାଇ ଥିଲେମନ୍ତ୍ରୀ ଲୋକେ ମାନଙ୍କ କଥାକୁ ବୁଝି ବନଖଣ୍ଡ ଅଧିକାରୀଙ୍କୁ ନିର୍ଦେଶ ଦେଇ ଏହା ସ୍ଥିରୀକୃତ କରିଥିବା ଜଣା ପଡିଛି l