ହରଭଙ୍ଗା( ଚିତ୍ତରଞ୍ଜନ ସିଂ)ଶନିବାର ଅପରାନ୍ହ 2 ଘଣ୍ଟା ସମୟରେ ହରଭଙ୍ଗା ବ୍ଲକରେ ଉନ୍ନୟନ କାମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି | ପୁରୁଣାକଟକ କଲ୍ୟାଣ ମଣ୍ଡପ ଠାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପ୍ରଧାନ ନିଜ ବ୍ଲକରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ  ପ୍ରକାଶ କରିଥିଲେ |

ବିନା ଟେଣ୍ଡର ରେ କୋଟି କୋଟି ଟଙ୍କାର କାମ କରାଯିବା ଦୁଇ ଲକ୍ଷ ଟଂକାର ଅଧିକ କାମରେ ମଧ୍ୟ ଅଧ୍ୟକ୍ଷlଙ୍କ କାଉଣ୍ଟର ସାଇନ ନହେବା, ମନରେଗା ଓ ଅନ୍ୟାନ୍ୟ ଯୋଜନାରେ ପ୍ରକଳ୍ପ ନ ହୋଇ ବ୍ୟାପକ ମିଥ୍ୟା ବିଲ୍ କରା ଯାଉଥିବା ଆଦି ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି | ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଚାପରେ ବିଡିଓ ମାନେ ଏଭଳି ଦୁର୍ନୀତି କାର୍ଯ୍ୟରେ ସହଯୋଗ କରୁଥିବା ଅଭିଯୋଗ କରିବା ସହିତ ଲୋକପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି |