ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )-ବୌଦ୍ଧ ଜିଲ୍ଲାରେ ଆସନ୍ତା ମେ ମାସ 20 ତାରିଖରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ l ସେଥିପାଇଁ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ  ସାମ୍ବାଦିକ ସମ୍ବିଳନୀ କକ୍ଷରେ ଜିଲ୍ଲାପାଳ ଜେ.ସୋନାଲ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପାଇଁ ତିନୋଟି ରାଜନୈତିକ ଦଳ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ନିର୍ବାଚନ ଆଚରଣ ବିଧି ସମ୍ପର୍କ ସୂଚନା ଦେଇଛନ୍ତି l ଗତକାଲି ନିର୍ବାଚନ କମିଶନଙ୍କ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି । ସର୍ବମୋଟ ୭ ଟି ପର୍ଯ୍ୟାୟ ରେ ନିର୍ବାଚନ ହେବାକୁ ଥିବା ବେଳେ  ଓଡିଶାରେ ଏକକାଳୀନ ସାଧାରଣ ନିର୍ବାଚନ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ବୌଦ୍ଧର ଉଭୟ ନିର୍ବାଚନ ମଣ୍ଡଳୀ ୮୫- କଣ୍ଟାମାଳ ଏବଂ ୮୬ – ବୌଦ୍ଧ ପାଇଁ ନିର୍ବାଚନ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଇଅଛି । ଜିଲ୍ଲାରେ ଅଦ୍ୟାବଧୂ ୩୩୩୫୫୭ ଜଣ ଭୋଟର ହିସାବରେ ପଞ୍ଜିକୃତ ହାଇଅଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟର 171068,ମହିଳା ଭୋଟର ସଂଖ୍ୟା 162480 ଓ ତୃତୀୟ ଲିଙ୍ଗ 9ଜଣ  ରହିଛନ୍ତି l କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୧୭ ଟି ମତଦାନ କେନ୍ଦ୍ର, ଏବଂ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ୧୯୪ଟି ମତଦାନ କେନ୍ଦ୍ର ସର୍ବମୋଟ ୪୧୧ ଗୋଟି ମତଦାନ କେନ୍ଦ୍ର କରାଯାଇଛି । ଜିଲ୍ଲାରେ 68 ଟି ମାଓ ଅଧ୍ୟୁଷିତ ମତଦାନ କେନ୍ଦ୍ର ରହିଛି l କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ 46ଟି ବୁଥ ରହିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ 22ଟି ବୁଥ ରହିଛି l

ବୌଦ୍ଧ ଜିଲ୍ଲାରେ ୪୧୧ ଜଣ ପ୍ରିଜାଇଡିଂ ଅଫିସର, ୨୦୫୫ ଜଣ ପୋଲିଂ ଅଫିସର ଏବଂ ୫୯ ଜଣ ସେକ୍ଟର ଅଫିସର ଙ୍କ ତାଲିମ ମଧ୍ଯ ହୋଇଅଛି, ଯେଉଁମାନେ କି ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ର ସୁପରିଚାଳନା ପାଇଁ ନିୟୋଜିତ ହେବେ । ମାଓ ଅଂଚଳରେ ମତଦାନ ପାଇଁ ବ୍ୟାପକ ପୋଲିସ ଏସୋଜି ଯବାନ ନିୟଜିତ କରାଯାଇଛି l ନିର୍ବାଚନ ସୁପରିଚାଳନା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି l

ଆସନ୍ତା‌ ୨୬/୦୪/୨୦୨୪ ନାମାଙ୍କନ ପତ୍ର ଦାଖଲ କରାଯିବ ପାଇଁ ଆରମ୍ଭ ହୋଇ ୦୩/୦୫/୨୦୨୪ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଏବଂ  ୦୪/୦୫/୨୦୨୪

ନାମାଙ୍କନ ପାତ୍ର ଯାଞ୍ଚ କରାଯିବ l ୦୬/୦୫/9098

ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ଏହାପରେ ୨୦/୦୫/୨୦୨୪

ରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନରେ ଭୋଟ ଦେବେ ଜନତା l ୦୪/୦୬/୨୦୨୪  ଭୋଟ ଗଣତି କରାଯିବ lସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା କରିବା ସହିତ ସମସ୍ତ ଦଳ ଏବଂ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଲାଗୁ ହେଇଥିବା ଏହି ଆଦର୍ଶ ଆଚରଣ ବିଧ୍ ନିର୍ବାଚନ ଘୋଷଣା ହେବା ଦିନ ଠାରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।ଜିଲ୍ଲାପାଳ ଜେ. ସୋନାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l