ବେଲଗୁଣ୍ଠା -(ସୁଶାନ୍ତ କୁମାର ବେହେରା )ଆସନ୍ତା ମଈ ଓ ଜୁନ୍ ମାସରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ।ଏହି ଅବସରରେ ବିଭିନ୍ନ ସରକାରୀ ବିଜ୍ଞାପନ, ହୋର୍ଡିଂ, ସରକାରୀ ଯୋଜନା ପ୍ରଚାର ଓ ପ୍ରସାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

ଏ ନେଇ ଆଜି ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ଵରେ ବେଲଗୁଣ୍ଠା ସହର,ତନରଡା ଏବଂ ଅନ୍ୟ ସ୍ଥାନରେ ଲାଗିଥିବା ବିଭିନ୍ନ ସରକାରୀ ବିଜ୍ଞାପନ ହଟାଇଥିବା ଜଣାପଡିଛି ।

ଆଜି ବେଲଗୁଣ୍ଠା ଥାନାଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ସେକେଣ୍ଡ ଅଫିସର ଅଭୟ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ, ତହସିଲ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୧୦ ରୁ ୧୫ ବିଜ୍ଞାପନ ଗୁଡିକୁ ହଟାଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ବିଭିନ୍ନ ଦିଗ ଉପରେ ତୀକ୍ଷ୍ମ ଦୃଷ୍ଟି ରହିଛି ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।