ଭୁବନେଶ୍ବର : (ସଞ୍ଜୟ ମହାନ୍ତି ) ଆଜି  ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି ।ଆଜି ସମ୍ବଲପୁରକୁ ପ୍ରଥମ ଥର ଗସ୍ତ କରି ଥିବାରୁ ନେତା କର୍ମୀ ବେସ ଉତ୍ସାହିତ ଥିଲେ । ସମ୍ବଲପୁରରେ ପହଂଚିବା ପରେ ସମ୍ବଲପୁରବାସୀଙ୍କ ଆଶୀର୍ବାଦ ନେଇଥିଲେ ପ୍ରଣବ । ପରେ ମା ସମଲେଶ୍ବରୀ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସମ୍ବଲପୁର ମାଟିକୁ ବିକଶିତ କରିବା ପାଇଁ ମୋ କାନ୍ଧରେ ସମ୍ବଲପୁର ଭାର ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏକଦା ବାପାଙ୍କର କର୍ମଭୁମି ଥିବାରୁ ମୁଁ ଆଜି ମୋ ଘରେ ରହିଥିବା ପରି ମନେ ହେଉଛି ବୋଲି ମତ ପ୍ରକାଶ କରିଥିଲେ ପ୍ରଣବ ।

ସାଂଗଠନିକ ସମ୍ପାଦକ ଓ  ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ  ସକାଳୁ  ରେଢ଼ାଖୋଲରେ ପହଞ୍ଚି  ଭୀମ ଭୋଇ ଛକଠାରେ  ଭୀମଭୋଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ସମ୍ବଲପୁର ଅଭିମୁଖୀ ହୋଇଥିଲେ। ବର୍ତମାନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରେ ବେଶ ସକ୍ରିୟ ରହିଛନ୍ତି । ଦଳର ବୃହତ୍ତର ସ୍ୱାର୍ଥ ପାଇଁ ସମ୍ବଲପୁରରୁ ଏଥର ଲଢିବେ ପ୍ରଣବ ।

ତାଙ୍କର ସାଙ୍ଗଠନିକ ଦକ୍ଷତା ସାରା ଓଡ଼ିଶା ଦେଖିଛି ।  ରାଜନୈତିକ ଗୋଟିଚାଳନାରେ ବେଶ୍‌ ସିଦ୍ଧହସ୍ତ ହେଉଛନ୍ତି ପ୍ରଣବ। ତାଙ୍କର ମଧ୍ୟ ଦୃଢ଼ ସାଙ୍ଗଠନିକ ଦକ୍ଷତା ରହିଛି। ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକଭାବେ ଅଂଚଳର ଛୋଟବଡ଼ ଦଳୀୟ କର୍ମୀମାନଙ୍କ ସହିତ ତାଙ୍କର ବେଶ୍‌ ସମ୍ପର୍କ ରହିଛି। ଫଳରେ, ଦଳୀୟ ପ୍ରଭାବ ସହିତ ଅଂଚଳବାସୀଙ୍କ ମନ ଜିଣିବା ପାଇଁ ସେ ନିଶ୍ଚିତଭାବେ ଶତ ପ୍ରତିଶତ ଉଦ୍ୟମ କରିବେ ବୋଲି କୁହାଯାଉଛି।ପ୍ରଣବ ଲୋକସଭା ପ୍ରାର୍ଥୀ ହେବା ପରେ ସମ୍ବଲପୁରରେ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।