ନବରଙ୍ଗପୁର : (ବେଣୁଗୋପାଳ ରାଓ )ନବରଙ୍ଗପୁର ଲୋକସଭା କ୍ଷେତ୍ର ପାଇଁ ବଳଭଦ୍ର ଙ୍କ ଗ୍ୟାରେଣ୍ଟି । ଦେଶ ପାଇଁ ମୋଦି ଙ୍କ ଗ୍ୟାରେଣ୍ଟି ପରେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କ ଗ୍ୟାରେଣ୍ଟି । ନବରଙ୍ଗପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଙ୍କ ତରଫରୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ସାଂସଦ ପ୍ରାର୍ଥୀ ପାଇଁ ଟିକେଟ ଦେଇଥିବାରୁ ଧନ୍ୟବାଦ ଦେବା ସହ ନବରଙ୍ଗପୁର ସଂସଦୀୟ ଅଞ୍ଚଳର ବିଭିନ୍ନ ବିକାଶ ପାଇଁ ନିଜ ଆଭିମୁଖ୍ୟ ରଖି ତାହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବଳଭଦ୍ର ମାଝୀ। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ତଥା ସ୍ୱାସ୍ଥ୍ୟ ର ବିକାଶ ପାଇଁ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ସରକାରୀ କଲେଜ ସ୍ଥାପନ, ବିଇଡି କଲେଜ ତିଆରି ହୋଇ ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେଠାରେ ଶିକ୍ଷା ଗ୍ରହଣ ହୋଇପାରିନାହିଁ ।
୨୪ ବର୍ଷ ର ବିଜେଡି ସରକାର ଅମଳ ରେ ବର୍ତ୍ତମାନ ସୁଦ୍ଧା କୌଣସି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ତାହାର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା । ସ୍ଥାନୀୟ ଅଞ୍ଚଳରେ ଟ୍ରେନ ଲାଇନ ର ବିକାଶ,୨୦୧୬ ମସିହା ରୁ ଅନୁମୋଦନ ହୋଇଥିବା ଜୟପୁର – ନବରଙ୍ଗପୁର ,ଜୟପୁର – ମାଲକାନଗିରି ରେଳ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନଥିବା ବେଳେ ତାହାର କାର୍ଯ୍ୟକ୍ଷମ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବଳଭଦ୍ର । ଏଥିସହ ବିଭିନ୍ନ କ୍ଷେତ୍ରରେ ସରକାରୀ ଯୋଜନା ରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ଆଗାମୀ ୫ ବର୍ଷ ମଧ୍ୟରେ ପେନସନ, ଘର, ବିଜୁଳି ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ଏହାସହ ତାଙ୍କ ପ୍ରାର୍ଥୀତ୍ବ ପରେ ଦଳ ମଧ୍ୟରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଙ୍କ ସମର୍ଥକ ମାନଙ୍କ ତରଫରୁ ବିରୋଧ କରାଯାଉଥିବା ରୁ ତାହା ର ସମାଧାନ ହୋଇଯାଇଥିବା କହିବା ସହ ସମସ୍ତେ ମିଶି ମୋଦି ଙ୍କ ୪୦୦ ପାର କୁ ସଫଳ କରିବେ ବୋଲି କହିଛନ୍ତି ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ସମ୍ବାଦିକ ସମ୍ମିଳନୀରେ ବିଜେପି କର୍ମୀ ମାନଙ୍କ ତରଫରୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଆଜି ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନବରଙ୍ଗପୁର ପୈରପାଳିକା ଅଧ୍ୟକ୍ଷ କୁନୁ ନାୟକ , ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈରୀ ମାଝୀ , ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମୀଷ୍ଟା ସିଂ ଦେଓ ଓ ଜିଲ୍ଲା ର ସମସ୍ତ ବିଜେପି କର୍ମ କର୍ତ୍ତା ଯୋଗ ଦେଇଥିଲେ।