ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ମର୍ଯ୍ୟକୁଦ ନିକଟସ୍ତ ମହାନଦୀ ଗର୍ଭ ରେ ଥିବା କୁଲାରୀପୁଟ ନିକଟକୁ ରତ୍ନ ପଥର ଖୋଜିବାକୁ ଯାଇ, ଯୁବକ ଜଣଙ୍କ ପଥର ସନ୍ଧି ରେ ଚାପି ହୋଇଯାଇଥିବା ଜଣାପଡ଼ିଛି l ସୂଚନା ମତେ ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ବୁରଡ଼ାକଟା ଗ୍ରାମର କେତେକ ଯୁବକଙ୍କସହ ଉକ୍ତ ଗ୍ରାମର ସୁଶାନ୍ତ ଝାଙ୍କର ନାମକ ବ୍ୟକ୍ତି ମହାନଦୀ ଭିତରକୁ ରତ୍ନ ପଥର ଖୋଜିବାକୁ ଆସିଥିଲେ l
କିନ୍ତୁ ଘଟଣା ସ୍ଥଳ ରେ ପଥର ଚାପି ହୋଇଯିବାରୁ ସେ ବାହାରକୁ ବାହାରି ପାରି ନଥିଲେ l ଫଳରେ ପଥର ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଖବର ପାଇ ବୌଦ୍ଧ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚିଛି l ବର୍ତମାନ ସୁଦ୍ଧା ଯୁବକ ଙ୍କ ଗଳିତ ଶବ କୁ ଉଦ୍ଧାର କରିବାରେ ସକ୍ଷମ ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି l