ମୁନିଗୁଡ଼ା:ତା ୪-୪(ରମାକାନ୍ତ ପଡ଼ାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ସୀମାନ୍ତ ଆଗୁଳ ପଞ୍ଚାୟତ ଅନ୍ତର୍ଗତ କନ୍ଧମାଦାଖାଲ ଗ୍ରାମରେ ୨୦୧୧ମସିହାରେ ପ୍ରାଥମିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ସେଠାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।ଗ୍ରାମବାସୀଙ୍କ ଆଶା ବିଶ୍ୱାସ ଥିଲା ଭଲରେ ସେମାନଙ୍କ ପିଲା ପାଠ ପଢିବେ,ଆଗକୁ ବଢ଼ିବେ ଆଉ ମଧ୍ୟାହ୍ନ ଭୋଜନ ପିଲାଙ୍କ ପୌଷ୍ଟିକ ଶକ୍ତିରେ ସହାୟକ ହେବ।କିନ୍ତୁ ଦୀର୍ଘ ୧୩ବର୍ଷ ବିତିଗଲା ପରେ ମଧ୍ୟ ଯାହାକୁ ସେଇଆ ଅବସ୍ଥା ବିଦ୍ୟାଳୟର।ସେଠାରେ ୨୦ଜଣ ବିଦ୍ୟାର୍ଥୀ ପାଠ ପଢୁଥିବା ବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି।ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ ରୁଗଣ।ବିଦ୍ୟାଳୟ ପରିସରରେ ଶୌଚାଳୟ ନାହିଁ,ପାନୀୟ ଜଳ ବ୍ୟବସ୍ଥା ନାହିଁ,ରୋଷେଇ ଘର ନାହିଁ,ଖାଇବା ଘର ବ୍ୟବସ୍ଥା ନାହିଁ,ବିଦ୍ୟାଳୟର ପାଚେରୀ ନାହିଁ,ସାଇନ୍ ବୋର୍ଡ ନାହିଁ,ବିଦ୍ୟାଳୟକୁ ଭଲ ରାସ୍ତାଟିଏ ନାହିଁ।
କିନ୍ତୁ ସେଇଟି ହେଉଛି କନ୍ଧ ମାଦାଖାଲର ପିଲାମାନଙ୍କ ଶିକ୍ଷାର ଏନ୍ତୁଡ଼ିଶାଳ।ସରକାର ସବୁ ସମୟରେ ଡିଣ୍ଡିମ ପିଟୁଛନ୍ତି ଆମେ ଶିକ୍ଷା ଓ ଭିତ୍ତିଭୂମିର ସର୍ବାଙ୍ଗ ବିକାଶ କରି ଦେଇଛୁ।ଏହି ହେଉଛି ବିକାଶର ବିକଳାଙ୍ଗ ଚିତ୍ର।ଆମ ପ୍ରତିନିଧି ଗ୍ରାମବାସୀଙ୍କ ଠାରୁ ବିଦ୍ୟାଳୟର ଦୟନୀୟ ଚିତ୍ର,ବିଚିତ୍ର ଶିକ୍ଷା ବ୍ୟବସ୍ଥା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପରଖିବାକୁ ସେଠାରେ ଯାଏଁ ପହଞ୍ଚି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲୁ।ସେ ବିଦ୍ୟାଳୟଟି ବିଦ୍ୟାଳୟ ନଥିଲା ଚାରିପଟ ଗୁଡ଼ିଆ ଜମିରେ ପୂର୍ଣ୍ଣ।ଗ୍ରାମ ଠାରୁ ମାତ୍ର ୨୦୦ମିଟରରେ ବିଦ୍ୟାଳୟ ଅବସ୍ଥିତ।
ସେଠାରେ ସକାଳ ୯ଟାରେ ପହଞ୍ଚି ଦେଖିଲୁ ପିଲାମାନେ ଖେଳୁଛନ୍ତି।ଶିକ୍ଷକ ଓ ଶିକ୍ଷୟତ୍ରୀ ବିନା ୟୁନିଫର୍ମରେ ବିଦ୍ୟାଳୟରେ ବସିଥିଲେ।ଅଧଘଣ୍ଟା ପରେ ଖୋଲା ଆକାଶର ସ୍କୁଲ ନିକଟସ୍ଥ ବରକୋଳି ଗଛ ମୂଳେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଗଲା।ମଧ୍ୟାହ୍ନ ଭୋଜନ କହିଲେ ସିଜା ଅଣ୍ଡା ହଳଦୀ ପାଣି ଓ ସୁଖା ଭାତ।ଚିନ୍ତା କରିବାର କଥା ଭାତ ସହିତ ଟିକେ ଡାଲି ଥିଲେ ପିଲାମାନେ ଯେମିତି ସେମିତି ଖାଇ ନିଅନ୍ତେ।କିନ୍ତୁ ଏ ଖାଦ୍ୟ ଖାଇବା ସମୟରେ ସେମାନେ ମୁଠାଏ ଭାତ ସହିତ ବୋତଲରୁ ଢୋକେ ପାଣି ପିିଇ ଖାଇବାକୁ ଚେଷ୍ଟା କରୁଥିଲେ ।ବିଦ୍ୟାଳୟର ବିକଳ ଚିତ୍ର ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦେଖି ଆମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବୁଝିବାରୁ ବ୍ଲକର ଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଛି।
ସ୍କୁଲ ଗ୍ରୃହ ନିର୍ମାଣ କରାଯାଇ ପ୍ଲାଷ୍ଟର ଚାଲିଛି ଆମକୁ ହେଣ୍ଡ୍ ବର ଯୋଦିନ ଯେଇ କରିବେ ସେଦିନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସେଠାରେ ସ୍କୁଲ ଖୋଲି ପାଠପଢ଼ା ଆରମ୍ଭ କରିଯିବ ବୋଲି ପ୍ରଧାନ ଶିକ୍ଷକ ବିଦୁଭୁଷଣ ପିଡିକାକା, କହିଥିଲେ। ଏହି ସ୍କୁଲର ବିଷୟ କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଓ ସ୍କୁଲ ର ସଭାପତି ଉମାଶଙ୍କର ପିଡିକାକା,ଙ୍କୁ ଫୋନ କଲ୍ ଯୋଗାଯୋଗ କରିଥିଲେ ସୁଧା ଯୋଗା ଯୋଗ ସମ୍ଭବ ହେଇନଥିଲା ଏଥିପ୍ରତି ସ୍କୁଲ ଗ୍ରୁହ ସହିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟାହ୍ନଭୋଜନ ନିମ୍ନ ମାନର ରନ୍ଧା ଖାଦ୍ୟ ଦିଆଯାଉଥିବା ଉପରେ ଯଥା ଶ୍ରିଘ୍ର ଶିକ୍ଷା ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ସହ ଶ୍ରୀଘ୍ର ସମାଧାନ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି।