ସବୁ ଜାଣି ଅଜଣା ହେଉଛି ପ୍ରଶାସନ
ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ବିଫଳ ଚିତ୍ର l ମଣିଷ ନାମରେ ମେସିନ କାର୍ଯ୍ୟ କରି ହେଉଛି ବିଲ, ପୁଣି ଖୋଦ ବ୍ଲକ ନାକ ତଳେ ଚାଲିଛି ପୋଖରୀ ଖୋଳା କାର୍ଯ୍ୟ l ଆଗ ନିଜେ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ କର, ପରେ ସୁବିଧା ରେ ହେବ ବିଲ l ସରକାର ଙ୍କ ଅର୍ଥ ଲୁଟ କରିବାର ଏକ ନୁଆଁ ତରିକା ଆପେଣେଇଛନ୍ତି ଠିକାଦାର ଓ ଯନ୍ତ୍ରୀ l
ସୂଚନା ମତେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠୁ ମାତ୍ର ୧୦୦ ମିଟର ଦୂରତ୍ୱ ରେ ରହିଛି ଇଲକ୍ଟ୍ରି କଲୋନୀ ର ରାଜସ୍ୱ ପୋଖରୀ l ଉକ୍ତ ପୋଖରୀ ର ପୁନଃ ରୁ ଉଧାର ପାଇଁ ମାଟି ପଙ୍କ କାର୍ଯ୍ୟ ବାବଦ କୁ ୨୦୧୯-୨୦ ଆର୍ଥିକ ବର୍ଷ ରେ ଉକ୍ତ ଯୋଜନା ରୁ ୫ ଲକ୍ଷ୍ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୋଖରୀ କାର୍ଯ୍ୟ ଚାଲିଥିଲା l କିନ୍ତୁ ମଣିଷ ବଦଳ ରେ ମେସିନ କାର୍ଯ୍ୟ କରିଥିବାରୁ ସେ ସମୟରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିଲା ଏପରିକି ଉକ୍ତ କାର୍ଯ୍ୟ ଅସମ୍ପୂର୍ଣ ହୋଇ ପଡି ରହିଥିଲା l
ପୁନର୍ବାର ସେହି ପୋଖରୀ ରେ ଠିକାଦାର ଯନ୍ତ୍ରୀ ଠୁ ଆରମ୍ଭ କରି ଜନପ୍ରତିନିଧି ସହିତ ପୋଖରୀ ଖୋଳା ର ଅର୍ଥ ଲୁଟ ପାଇଁ ନୁଆଁ ରଣନୀତି ଆପେନେଇଛନ୍ତି l ଉକ୍ତ ଯୋଜନା ରୁ କାର୍ଯ୍ୟ କରୁଥିଲେ ମଧ୍ୟ ସବୁ ଆଇନ କୁ ବେଆଇନ କରି ଜେସିବି ରେ ୪୫ ଡିଗ୍ରୀ ଖରା ରେ ସୁଯୋଗ ନେଇ ଦିନ ଦିପହରେ ଚାଲିଛି କାର୍ଯ୍ୟ l କାର୍ଯ୍ୟ ସ୍ଥଳୀ ରେ ଲାଗୁନି ସୂଚନା ଫଳକ, ହେଉନି ଜିଓ ଟ୍ୟାଗ, କେଉଁ ଯୋଜନା ରୁ କେତେ ଟଙ୍କା ବ୍ୟୟ ବରାଦ ରେ କାର୍ଯ୍ୟ ଚାଲୁଛି ବୋଲି ପଚାରିଲେ ମିଳୁଛି ଓଲଟା ଉତ୍ତର l
ପୋଖରୀ କାର୍ଯ୍ୟ ଟି ଏମଜୀଏନାର୍ଜିଏସ ଯୋଜନା ରୁ ହେଉନଥିବା ବେଳେ ଏହା ନିଜସ୍ୱ ଅର୍ଥ ରୁ ପୋଖରୀ ର ପୁନଃ ଉଦ୍ଧାର କାର୍ଯ୍ୟ କରାଯାଉଛି ବୋଲି ମିଳୁଛି ଉତ୍ତର l ତେଣୁ ଆଗ କାର୍ଯ୍ୟ କରି ପରବର୍ତୀ ସମୟ ରେ ଫୋଟ ଉଠାଇ ସରକାରୀ ଅର୍ଥ ଚଳୁ କରିବା କେତେଦୂର ଠିକ ବୋଲି ସାଧାରଣ ରେ ଉଠୁଛି ପ୍ରଶ୍ନ l ତେଣୁ ଯନ୍ତ୍ରୀ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ରେ ସରକାରୀ ଅର୍ଥ ବାଟମାରାଣ ହେଉଥିଲେ ମଧ୍ୟ କାହିଁକି ନୀରବ ସାଜିଛି ପ୍ରଶାସନ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l
ଘଟଣା କୁ ନେଇ ହରଭଙ୍ଗା ବ୍ଲକ ବିଡ଼ିଓ ସରତ ସେଠି ଙ୍କୁ ପଚାରିବାରୁ ପୋଖରୀ ରେ କାର୍ଯ୍ୟ ହେଉଥିବା ଖବର ମୋ ପାଖରେ ନାହିଁ,ମୁଁ ଘଟଣା ର ତଦନ୍ତ କରିବି ଯଦି କୌଣସି ଅନିୟମିତତା କାର୍ଯ୍ୟ ହେଉଥାଏ ତାହେଲେ ପଖୋରି ବିଲ କରାଯିବ ନାହିଁ ବୋଲି କହିଥିଲେ l ଅନ୍ୟପଟେ ଏମଜୀଏନାର୍ଜିଏସ ଯୋଜନା ରେ ବହୁ ସରକାରୀ ଅର୍ଥ ଲୁଟ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି l