ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) କଂଗ୍ରେସର ନାମାଙ୍କନ ପତ୍ର ଦାଖଲ । ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନବ କୁମାର ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ର ହଜାର ହଜାର ସମର୍ଥକ ବୌଦ୍ଧ ସହର ସ୍ଥିତ ରାମେଶ୍ୱର ମନ୍ଦିରରେ ଏକତ୍ରିତ ହୋଇଥିଲେ । ସେଠାରେ ଉଭୟ ପ୍ରାର୍ଥୀ ପୂଜାର୍ଚ୍ଚନା କରି ଏକ ବିଶାଳ ରାଲିରେ ବାହାରିଥିଲେ ।
ସହରର ଗାନ୍ଧିଛକ, NAC ଛକ , ୱାର୍ଲେସ ଛକ ଓ କୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଲା । ହଜାର ହଜାର କର୍ମୀ ଓ ଜନତାଙ୍କ ସମାଗମ କରି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଥିଲା । ତେବେ ଏହି ବିଶାଳ ଜନ ସମାଗମ କଂଗ୍ରେସ ଶିବିରକୁ ଆହୁରି ଉତ୍ସାହିତ କରିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନ ଓ ନବ ମିଶ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା କେବଳ ନିମିତ୍ତ ମାତ୍ର ଲୋକେ ଅଞ୍ଚଳର ବିକାଶ ପାଇଁ ରେ ଏହି ବିଶାଳ ଜନସମାବେଶ ଓ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିତ ଦୁଇ ଆସନରେ ବିଜୟୀ ହେବ ବୋଲି କହିଛନ୍ତି ଦଳୀୟ ପ୍ରାର୍ଥୀ ।