ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଗତ କାଲି ଓଡ଼ିଶାରେ ଦ୍ବିତିୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନର ଶେଷ ଦିନରେ ବୀରମହାରାଜପୁର ଠାରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମଧ୍ୟ ନିଜ ଦଳର ସମର୍ଥକଙ୍କ ସହିତ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି ।
ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଓ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।
ପରେ ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଳା ତାଙ୍କ ସମର୍ଥକ ଙ୍କ ସହ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପ ଜିଲ୍ଲାପାଳ ଙ୍କ ଅଫିସକୁ ପହଞ୍ଚି ଥିଲେ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ଦୁଇ ଦଳ ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ଆହ୍ବାନ କରିଛନ୍ତି ।