ହରଭଙ୍ଗା :୧୦/୦୫ (ଚିତ୍ତ ରଞ୍ଜନ ସିଂ )ଓଡିଶା ଏକ କୃଷି ଭିତିକ ରାଜ୍ୟ l ଆଜି ବୈଶାଖ ମାସ ଶୁକ୍ଳ ପକ୍ଷୟ ତୃତୀୟା ତିଥି l ଓଡିଶା ରେ ପବିତ୍ର ଅକ୍ଷୟ ତୃତୀୟା ବା ମୁଠି ଅନକୁଳ ଭାବେ ପରିଚିତ ଏହି ଦିନ l ସାଧାରଣ ନିର୍ବାଚନ କୁ ନେଇ ବୌଦ୍ଧ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଉଦ୍ୟାନ କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର, ପାଲଝlର ଠାରେନିରାଡ଼lମ୍ବର ଭାବେ ଅକ୍ଷୟ ତୃତୀୟା ରୀତିନୀତି ଅନୁଯାଇ ମାଟି ମା କୁ ପୂଜାର୍ଚନା ହୋମ ଯଜ୍ଞ କରି ଅଖି ମୁଠି ଅନୁକୂଳ କରାଯାଇଥିଲା l
ଏହି ଅବସରରେ ହଳ ନଙ୍ଗଳ ରେ ହଳ କରି ବୌଦ୍ଧ ପିଡି ଅନିରୁଦ୍ଧ ପ୍ରଧାନ ଓ ଜିଲ୍ଲା ମୁଖ୍ୟ ବସନ୍ତ ପାଣିଗ୍ରାହୀ ମୁଠି ଅନୁକୂଳ କରି କାର୍ଯ୍ୟକ୍ରମ ର ଶୁଭରାମ୍ଭ କରିଥିଲେ l ତତ ପରେ ଜିଲ୍ଲା ସ୍ତରୀୟ ଅଧିକାରୀ ବିଭାଗୀୟ କର୍ମଚାରୀ ଓ ଚାଷୀ ଭାଇ ଙ୍କୁ ନେଇ ଏକ ସାଧରଣସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ଚଳିତ ବର୍ଷ ର ଚାଷ କାର୍ଯ୍ୟ, ବିହନ ବିତରଣ ଉପରେ ଚାଷୀ ଓ ଅଧିକାରୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା l