ହରଭଙ୍ଗା୧୦/୦୫ (ଚିତ୍ତ ରଞ୍ଜନ ସିଂ)ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢ଼ିଚାଲିଛି।ବିଭିନ୍ନ ମୁଦା କୁ ନେଇ ଦଳୀୟ ପ୍ରାର୍ଥୀ ମାନେ ପ୍ରଚାର ଚଳେଇଥିବା ଦେଖିବାକୁ ମିଳୁଛି। କନ୍ଧମାଳ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ ଗଂଗ୍ରେସ ରୁ ଅମୀର ଚାନ୍ଦ ନାୟକ ପ୍ରତିଦ୍ବନ୍ଦିତା କରୁଛନ୍ତି। କନ୍ଧମାଳ ଲୋକସଭା କ୍ଷେତ୍ର ଟି ସାତ ଟି ବିଧାନସଭା ନିର୍ବାଚନମଣ୍ଡଳୀ କୁ ଗଠିତ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଜନସାଧାରଣ ଙ୍କୁ ଭେଟିବା ସହିତ ଯୋଡ଼ି ଶଙ୍ଖ ରେ ଭୋଟ ଦେବା ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଛି। ନବୀନ ପଟନାୟକ ଙ୍କ ବିକାଶ ମୂଳକ କାର୍ଯ୍ୟ କୁ ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି।

ସୂଚନା ଥାଉ କି ଗତ୧୦  ତାରିଖ ରେ କନ୍ଧମାଳ ସଂସଦୀୟ କ୍ଷେତ୍ର ର ଫୁଲବାଣୀ କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ 5t  ସଚିବ ଭି. କେ ପାଣ୍ଡିଆନ ଗସ୍ତ କରି ଏକ ନିର୍ବାଚନୀ ସଭାରେ ବିରୋଧୀ ଙ୍କ ଆତ୍ମାପ୍ରଚାର ଠୁ ଦୂରରେ ରହିବାକୁ ଆହ୍ୱାନ କରିଥିଲେ। ଏକ ବିଶାଳ ନିର୍ବାଚନୀ ଜନସଭା କୁ ସମ୍ବର୍ଦ୍ଧିତ କରି ବିଜେଡି କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ଗତ ୨୫  ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟ ର ବିକାଶ ପ୍ରକ୍ରିୟା ଜାରି ରହିଥିବା ସହ ଏହି ପ୍ରକ୍ରିୟା କୁ ତ୍ୱରାନ୍ୱିତ କରି ଷଷ୍ଠ ଥର ପାଇଁ ବିଜେଡି କୁ କ୍ଷମତା କୁ ଆଣିବା ପାଇଁ ନିବେଦନ କରିଥିଲେ।

କନ୍ଧମାଳ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଙ୍କ ସହିତ ସମସ୍ତ ସାତ ଟି ବିଧାନସଭା ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ମାନେ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ।ସୂଚନା ଥାଉ କି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଲୁଣିବାହାଲ ଠାରେ ଶିକ୍ଷା ଓ ସ୍ଵାସ୍ତ୍ୟ ଉପରେ ଗୁରୁତ୍ୱ ଦେଇ, ଶିକ୍ଷା ର ଉନ୍ନତି ପାଇଁ ଏକ ଆବାସିକ ବିଦ୍ୟାଳୟ ସ୍ଥାପନ କରିଛନ୍ତି।ଉକ୍ତ ବିଦ୍ୟାଳୟ ଟି ଚଳିତ ବର୍ଷ ଠାରୁ ଖୋଲିଥିବାରୁ ଅଞ୍ଚଳ ର ବହୁ ଗରିବ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ସାଧାରଣ ବର୍ଗ ର ଲୋକ ମାନେ ନିଜ ପିଲା ମାନଙ୍କୁ ପାଠ ପଢ଼େଇବାରେ ସକ୍ଷମ ହୋଇଛନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନ ରେ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ଉପରେ ଅଞ୍ଚଳ ର ଲୋକ ମାନଙ୍କ ଆଶୀର୍ବାଦ ରହିବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଫୁଲବାଣୀ ଠାରେ ହୋଇଥିବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ୱାରା ଲୋକାର୍ପିତ ନିର୍ବାଚନୀ ଇସ୍ତାହାର ଦଳୀୟ ପ୍ରାର୍ଥୀ, କର୍ମୀ ଓ ସାଧାରଣ ଜନତା ଙ୍କ ମନରେ ଉତ୍କଣ୍ଠା ଆଣିଦେଇଥିବା ଦେଖିବାକୁ ମିଳିଥିଲା।