କେସିଙ୍ଗା : (ପ୍ରୀତେଶ ପଟେଲ)ନିର୍ବାଚନ ମହଲ ଶେଷ ପାହାଚ ରେ ଗରମ ଥାଇ ମଧ୍ଯ କଳାହାଣ୍ଡି କେସିଙ୍ଗା ନଗର ରେ ବିଜେପି ସାଂସଦ ପ୍ରାର୍ଥୀନୀ ମାଳବିକା ସିଂହ ଦେଓ ଙ୍କ ୱାର୍ଡ ନମ୍ବର ଏକ ରୁ ୱାର୍ଡ ନମ୍ବର ବାରହା ବୋରିଂପଦର ଠାରୁ ବଗାଡ ପର୍ଯ୍ୟନ୍ତ ଜୋରଦାର୍ ପ୍ରଚାର କରିଥିଲେ | ଏହି ପ୍ରଚାର ରେ ବାଇକ ରାଲି ସହ ରଥ ରେ ବସି ୱାର୍ଡ ୱାର୍ଡ ବୁଲି ପ୍ରତେକ ୱାର୍ଡ ରେ ମିଟିଙ୍ଗ କରି ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି ବିଷୟ ରେ ମତଦାତାଙ୍କୁ ବୁଝାଇ ମେ ତେର କମଳ ଚିହ୍ନ ରେ ବଟନ ଦବାଇବା ପାଇଁ ଭୋଟ ଭିକ୍ଷା କରିଥିଲେ |
କେସିଙ୍ଗା ନଗରରେ ବିଜେପି ର ପ୍ରଚାର ଦେଖି ଲୋକେ ବିଜେପି ମୁହଁ | ନିର୍ବାଚନ ରେ ବିଜେପି ସବୁ ଠାରୁ ଆଗୁଆ ରେ ବୋଲି କେସିଙ୍ଗା ମତଦାତା ଙ୍କ ଭିତରେ ଚର୍ଚ୍ଚା | ଏହି ପ୍ରଚାର ରେ ଓଡିଶା ର ଟିଭି ସିରିୟଲ୍ ର ଅଭିନେତା ସନ୍ତୋଷ ଦାଶ ଓ ରାଜଲକ୍ଷ୍ମୀ ଦାଶ ମଧ୍ୟ ମୁଖ୍ୟ ଆକର୍ଷଣ ଥିଲେ | ଏହି ଅବସରେ ଉପସ୍ଥିତ ଥିଲେ ପୂର୍ବତନ ବିଧାୟକ ଅନାମ ନାୟକ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ନଗର ସଭାପତି ମଗନ ସିନ୍ଦୁର, ଜିଲ୍ଲା ସଂଯୋଜକ ସନ୍ତୋଷ ଦାଶ, କାଉନସିଲର ଧରଣୀଧର ନାୟକ, ସାଧାରଣ ସମ୍ପାଦକ ପ୍ରୀତେଶ ପଟେଲ, ୟୁବା ମୋର୍ଚା ସଭାପତି ପିଙ୍କୁ ପରିଡା, ସଞ୍ଜୟ ଅଗ୍ରୱାଲ, ସୁନୀଲ ଜୈନ, ବିମଳ ବାଗ ,ମହିଳା ମୋର୍ଚା ସଭାପତି ଜୟନ୍ତୀ ଗହୀର, ଲଲିତା ସାହା,ପ୍ରମୁଖ ଉପସ୍ଥିତ ଥିଲେ |