ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) କନ୍ଧମାଳ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଫୁଲବାଣୀଠାରେ ଥିବା କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୋଦୀ। କନ୍ଧମାଳ ଆସି ଯେଉଁ ଆଶୀର୍ବାଦ ମିଳିଛି ତାହା ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି।ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀ, ଓ ବରାଳ ଦେବୀ ଠାକୁରାଣୀ ଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ।

ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତ ମୁଖ ହୋଇଥିଲେ ପ୍ରଧାନମନ୍ତ୍ରୀ। ତୁଳା ବେହେରା ଭିକ୍ଷା ବୃତ୍ତି କରି ରଖିଥିବା ଏକ ଲକ୍ଷ ଟଙ୍କା ଜଗନ୍ନାଥଙ୍କୁ ଦାନ କରିଥିବା ମାଁ ହାତରେ ଉତ୍ତରୀୟ ଗ୍ରହଣ କରିଥିବାରୁ ନିଜକୁ ଧନ୍ୟ ମଣିଛନ୍ତି। ଏଥିସହ ଗ୍ରାମୀଣ ଆଞ୍ଚଳିକ ଭାଷାରେ ଅନର୍ଗଳ ଭଗବାନ ଙ୍କ କବିତା ବଲୁଥିବା ପଦ୍ମ ଶ୍ରୀ ପୂର୍ଣ୍ଣିମାସୀ ଙ୍କୁ ସମ୍ମାନିତ କରିଥିଲେ ଓ ତାଙ୍କ ପାଦ ଛୁଇଁବା ପାଇଁ ବ୍ୟାପକ ଥିବା ମୋଦୀ ଭାବ ବିହ୍ୱଳତ ହୋଇପଡ଼ିଥିଲେ।

ଗତକାଲି ଭୁବନେଶ୍ୱରରେ ଭବ୍ୟ ରୋଡ ଶୋ କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିଜେପି ପ୍ରତି ବିପୁଳ ମାତ୍ରାରେ ଲୋକଙ୍କ ସମର୍ଥନ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ମୋତେ ଋଣୀ କରିଛି। ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ଫେରାଇବି ବୋଲି ମୋଦୀ କହିଛନ୍ତି। ଫୁଲବାଣୀରେ କଂଗ୍ରେସକୁ କଡା ସମାଲୋଚନା କରି ପାକିସ୍ତାନ ନିକଟରେ ପରମାଣୁ ବୋମା ଥିବା ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପ୍ରସଙ୍ଗ ଏବଂ ୨୬/୧୧ ମୁମ୍ବଇ ଆକ୍ରମଣକୁ ନେଇ ସମାଲୋଚନା କରିଛନ୍ତି।

ଏହାସହିତ ଓଡ଼ିଶାରେ ଡବଲ ଇଞ୍ଜିନ୍‌‌ ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। ଆପଣଙ୍କ ଆଶୀର୍ବାଦରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ୍‌‌ ସରକାର ହେବ। ଏଥିପାଇଁ ଆପଣଙ୍କୁ ୨୧ ଟି ଯାକ ବିଜେପି ସାଂସଦ ପ୍ରାର୍ଥୀ ଙ୍କୁ ବିଜୟୀ କରାଇବାକୁ ପଡିବ ବୋଲି କହିଥିଲେ l କନ୍ଧମାଳ ସାଂସଦ କ୍ଷେତ୍ର ଅନ୍ତର୍ଗତ ସାତୋଟି ବିଧାନସଭା ଆସନ ରେ ମଧ୍ୟ ବିଜେପି ପ୍ରାର୍ଥୀ ଙ୍କୁ ବିଜୟୀ କରାଇବାକୁ ଏହି ସମାବେଶ ରେ ଆହ୍ୱାନ ଦେଇଥିଲେ l