ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ନିର୍ବାଚନ ମଣ୍ଡଳୀର ୩ ଦଳ ର ପ୍ରାର୍ଥୀ ଏବେ ଗାଁ କୁ ଗାଁ ବୁଲି ପ୍ରଚାର କରୁଛନ୍ତି । ଏହି କ୍ରମରେ ଆଜି ବୌଦ୍ଧ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବୁଟୁପାଲି ଅଞ୍ଚଳ ରେ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି ।

ପ୍ରଥମେ ଭୋଟର ଙ୍କ ନିକଟରୁ ଆରମ୍ଭ କରି ବୟସ୍କ ଭୋଟର ସମସ୍ତ ଙ୍କ ସହଯୋଗ ଲୋଡି ଛନ୍ତି । ଅନ୍ୟପଟେ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତି ଙ୍କ ନିକଟରୁ ଆଶୀର୍ବାଦ ମଧ୍ୟ ଭିକ୍ଷା କରିଛନ୍ତି ।