ପ୍ରେସମିଟ ରେ ସୂଚନା ଦେଲେ ଡିଆଇଜି

ନବରଙ୍ଗପୁର ; (ବେଣୁଗୋପାଳ ରାଓ )ନିର୍ବାଚନ ପୂର୍ବରୁ ନବରଙ୍ଗପୁର ପୋଲିସ କୁ ସଫଳତା । ଓଡିଶା ସୀମାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ପୁରୁଷ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏନେଇ ପ୍ରେସମିଟ ରେ ସୂଚନା ଦେଇଛନ୍ତି ଡ଼ିଆଇଜି ଚରଣ ସିଂ ମିନା । ଡିଆଇଜି ଙ୍କ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲ ରେ ନକ୍ସଲ ରହିଥିବା ଗୋଇନ୍ଦା ସୂତ୍ର ରୁ ଖବର ପରେ ତତ୍ପର ହୋଇଥିଲେ ଓଡିଶା ପୋଲିସ । ନକ୍ସଲ ବିରୋଧୀ ସ୍ୱତନ୍ତ୍ର ଦୁଇ ଏସଓଜି ଟିମ ଘଞ୍ଚ ଜଙ୍ଗଲ ମଧ୍ୟ କୁ ଅପରେସନ ଯାଇଥିଲେ ।

ଏହି ସମୟ ରେ ନକ୍ସଲ ମାନେ ପୋଲିସ ଉପରକୁ ଗୁଳି ଚଳନା କରିଥିଲେ । ଏସଓଜି ଟିମ ସଦସ୍ୟ ଲୁଚି ଯାଇ ନକ୍ସଲ ଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ କରିଥିଲେ ।କିନ୍ତୁ ନକ୍ସଲ ମାନେ ଏସଓଜି ଉପରକୁ ଗୁଳି ମାଡ଼ କରିଥିଲେ । ଏସଓଜି ଯବାନ ମାନେ ଆତ୍ମରକ୍ଷା ପାଇଁ ପ୍ରତିଉତ୍ତରରେ ଗୁଳି ମାଡ଼ କରିଥିଲେ । କିଛି ସମୟ ଉଭୟ ଙ୍କ ମଧ୍ୟରେ ଗୁଳି ଚଳନା ପରେ ଘଞ୍ଚ ଜଙ୍ଗଲ ରେ ନକ୍ସଲ ମାନେ ଲୁଚି ଯାଇଥିଲେ । ଗୁଳି ବିନିମୟ ଫଳରେ ପରେ ଜଣେ ପୁରୁଷ ନକ୍ସଲଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି ।

ଅନେକ ନକ୍ସଲ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ଯାଇଛନ୍ତି ସେନେଇ ସର୍ଚ୍ଚ ଅପରେସନ ଜାରୀରହିଥିବା ଡିଆଇଜି ସୂଚନା ଦେଇଛନ୍ତି । ଏସଓଜି ଟିମ୍ ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ରାଇଫଲ , ଗୋଟିଏ ଦେଶୀ ପିସ୍ତଲ, ଆଇଡି ଟିଫିନ ବୋମା ୬ ଟି , ଜୀବନ୍ତ ଗୁଳି ୪ ଟି, ବିଦ୍ୟୁତ ତାର ଗୋଟିଏ ବଣ୍ଡଲ, ବ୍ୟାଟେରୀ ୧୦ ଟି, ମାଓ ୟୁନିଫର୍ମ ଗୋଟିଏ, ମାଓ ପୁସ୍ତିକା, ୬ ଟି ଛତା, ଟାରପାଲିନ ଗୋଟିଏ, ଛୁରୀ ଭଳି ଅନ୍ୟ ମାରଣାସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି । ଏହାସହିତ ସେମାନଙ୍କ ଠାରୁ ଦୈନିକ ବ୍ୟବହା ର କରିବା ଉପଯୋଗୀ ଜିନିଷ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି।