କାଶୀପୁର : (ଅଞ୍ଜନ କୁମାର ନାଏକ)୨୫ ବର୍ଷ ର ଶାସକ ଦଳର ବାସ୍ତବିକ ଚିତ୍ର ଯାହା ଆଜି ବିଜେଡି ଦଳର ବାବୁ ଓ ବଡ଼ପଣିଆଁଙ୍କ ବଡ଼ପଣ ¡
ଏଠି ଆପଣ ମାନେ ଦେଖି ପାରୁଥିବେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ର ରାୟଗଡା ଜିଲ୍ଲା କାଶୀପୁର ଠାରେ ବିଜେଡି ଦଳର ଏକ କର୍ମୀ ସମ୍ବିଳନୀର ଘଟଣା ‘ ଜିଲ୍ଲା ବିଜେଡି ନେତା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଅତ୍ୟୁନୁ ସବ୍ୟସାଚୀ ନାୟକଙ୍କୁ ଗଣମାଧ୍ୟମ , ବହୁଚର୍ଚ୍ଚିତ କାଶୀପୁର ଆଦିବାସୀ ଯୁବତୀ ମୃତ ଲକ୍ଷ୍ମୀ ମାଝୀଙ୍କୁ ଶାସକ ଦଳ ନ୍ୟାୟ ଦେବାରେ ବିଫଳ କାହିଁକି ?ବୋଲି ତିନି ତିନି ଥର ପ୍ରଶ୍ନ କରିଥିଲା ‘ କିନ୍ତ ନାୟକଙ୍କୁ ଅଣ ଓଡ଼ିଆ ଜିଲ୍ଲାର ଜଣେ ପୁରୁଖା ନେତା ପଛ ପଟୁ ଠେଲି ଠେଲି ଗଣମାଧ୍ୟମ ର ଉତ୍ତର ଦେବାରେ ବଞ୍ଚିତ କରିଥିଲେ ନାୟକଙ୍କୁ।

ବାବୁ ମଧ୍ୟ ବଡ ଚାଲାକରେ ରାଜ୍ୟରେ ମିଶନ ଶକ୍ତି,ନାରୀଶଶକ୍ତି କରଣ, ମହିଳାଙ୍କ ବିକାଶ ଦିଗରେ ମାଡି ଚାଲିଲେ କିନ୍ତୁ ଭଉଣୀ ଲକ୍ଷ୍ମୀ ମାଝୀଙ୍କ ନାମ ପଦୁଟିଏ ମଧ୍ୟ ପ୍ରକାଶ କଲେ ନାହିଁ ଏହି ଭଳି ଲକ୍ଷ୍ମୀ ମାଝିଙ୍କ ନ୍ୟାୟାକୁ ଏଡାଇ ଦେବାରେ ସଫଳ ହେଇ କାଶୀପୁର ମାଟିର ଦୁଇ ଝିଅଙ୍କୁ ରାୟଗଡା ବିଧାୟକ ଓ କରାପୁଟ ଲୋକ ସଭା ପ୍ରାର୍ଥୀ ଭାବେ ଦଳ ଚୟନ କରି ନାରୀଙ୍କୁ ସନ୍ନମାନ ଦେଇଛି ବୋଲି ନିଜ ଚତୁରତା ର ପରିଚୟ ଦେଇଥିଲେ ବିଜେଡି ନେତା

ଏହି ଭଳି କାଶୀପୁର ର ଜଣେ ବ୍ୟବସାୟୀ ତଥା ବିଜେଡି ର ତୁଙ୍ଗ ନେତା ବିଗତ ୨୦୧୯ ନିର୍ବାଚନୀ କାଳେ ସ୍ୱାଧୀନ ପ୍ରାର୍ଥୀ ମକୋରନ୍ଦଙ୍କୁ ବିଜୟର ତିଳକ ଦେବାର ମୁଖ୍ୟ କର୍ଣ୍ଣଧର, ଜନସାଧାରଣଙ୍କ ବିତର୍କରେ ସେ ୩୦ ବର୍ଷ ପର୍ଯ୍ୟନ୍ତ କାଶୀପୁର ଜନସାଧାରଣଙ୍କ ବିକାଶ ହୋଇ ପାରିବ ନାହିଁ ବୋଲି ରୋକଠୋକ ମନା କରିଥିଲେ ଆଜି ସେ ଶାସକ ଦଳର ମଙ୍ଗ ଧରିଛନ୍ତି।

ନିର୍ବାଚନୀ କାଳରେ ଅନେକ ଦଳର ନେତା ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରଲଭନ ଦେଖାଇ ଭୋଟ ଭିକ୍ଷା କରିଥାନ୍ତି କିନ୍ତୁ ଆମ ରାୟଗଡା ଜିଲ୍ଲାରେ ଆଉ ଟିକେ ଅଲଗା ! ଏଠି ସୁଧୀର ବାବୁ ଅନ୍ୟ ଦଳ ମାନଙ୍କୁ ଉପହାସ କରି ସର୍ବ ସାଧାରଣ ରେ ଖୁଲାମ ଖୁଲା ପାଞ୍ଚଶହ ଟଙ୍କିଆ ନୋଟ ବାଣ୍ଟୁ ଥିବା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନ ରେ ଜିଲ୍ଲା ବିଜେଡି ରେ ଯେଉଁ ଭଳି ଗୋଷ୍ଠୀ କନ୍ଦଳ ଉପୁଜିଛି ତାହା ଅନେକ କ୍ଷେତ୍ର ରେ ଏହି ଭଳି ନମୁନା ପଦାରେ ପଡି ଦାଣ୍ଡରେ ଗଡୁଛି।