ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଏଲ ଏଣ୍ଡ ଟି କମ୍ପାନୀ ର ମନମୁଖୀ ଓ ଗୁଣ୍ଡାରାଜ କାର୍ଯ୍ୟ ନେଇ ମୁଖ୍ୟ କେନାଲ ରେ ସୃଷ୍ଟି ହେଲା ଘାଇ l ଚାଷୀ ଭାଇ ଅସନ୍ତୋଷ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ରେ ଏଲ ଏଣ୍ଡ ଟି କମ୍ପାନୀ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ କରୁଅଛି l ସେହିପରି ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବାଇଶ ପଡା ଗ୍ରାମ ଦେଇ ବଡ଼ ପାଇପ ପକାଇ କାର୍ଯ୍ୟ କରିଥିବା ବେଳେ ବାଇଶପଡା ଖୁଦ୍ର ଜଳ ସେଚନ ପ୍ରକଳ୍ପ ରୁ ଆସିଥିବା ମୁଖ୍ୟ କେନାଲ ଖୋଳି ପାଇପ କାର୍ଯ୍ୟ କରିଥିଲା l
ନିମ୍ନ ମାନର ମନମୁଖୀ କାର୍ଯ୍ୟ ଯୋଗୁଁ ଗତ କାଲି ବିଳମ୍ବିତ ରାତ୍ରିରେ ଅଦିନିଆଁ ବର୍ଷା ପ୍ରଭାବ ରେ ଏଲ ଏଣ୍ଡ ଟି ଖୋଲିଥିବା ସ୍ଥାନରେ ଏକ ବଡ଼ ଘାଇ ସୃଷ୍ଟି ହୋଇ କେନାଲ ବାହାରକୁ ପାଣି ଯାଉଥିବା ଆଜି ଦେଖିବାକୁ ମିଳିଛି l ଘାଇ ପରେ ପାଣି ଆଉ ତଳ ମୁଁହା ଯାଉନ ଥିବାରୁ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ନେଇ ଚାଷୀ ଚିନ୍ତାରେ ପଡିଛି l
କାରଣ ଆଜି ପର୍ଯ୍ୟନ୍ତ ଏଲ ଏଣ୍ଡ ଟି କମ୍ପାନୀ କାର୍ଯ୍ୟ କରିଥିବା ସ୍ଥାନ ଅଧ ପନ୍ତରା ହୋଇ ପଡିଛି l କାର୍ଯ୍ୟ କରିବା ପରେ ସେହି ସ୍ଥାନକୁ ପୂର୍ବ ଅବସ୍ଥା କୁ ଆଣିବାର ନିୟମ ଥିଲେ ମଧ୍ୟ ମନମୁଖୀ ଓ ଗୁଣ୍ଡାରାଜ ଚଳାଇଛି ଏହି କମ୍ପାନୀ l ଆଜିବି ବ୍ଲକ ର ବିଭିନ୍ନ ଗ୍ରାମର ରାସ୍ତା, ଘାଟ, ବିଲ ଖୋଳି ଅଧପନ୍ତରl କରି ପକାଇଛି ଏଲ ଏଣ୍ଡ ଟି l ଜିଲ୍ଲା ପାଳ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ କମ୍ପାନୀକୁ ଚେତାବନୀ ଏବଂ ବାଇଶ ପଡା କେନାଲ ଘାଇ ଯଥାଶୀଘ୍ର ଉତ୍ତମ ମାନର କାର୍ଯ୍ୟ କରିବାପାଇଁ ବାଇଶ ପଡା ଗ୍ରାମବାସୀ ଦାବି କରୁଛନ୍ତି l ମାନର କାର୍ଯ୍ୟ କରିବାପାଇଁ ବାଇଶ ପଡା ଗ୍ରାମବାସୀ ଦାବି କରୁଛନ୍ତି l