ହରଭଙ୍ଗା (ଚିତ୍ତରଞ୍ଜନସିଂ)ବୋୖଦ୍ଧ-ନୟାଗଡ଼ ସୀମାନ୍ତ ରୁ ଜବତ ହେଲା ଲକ୍ଷାଧିକ ଟଙ୍କା । କାର କୁ ଜବତ କରି ୨ ଜଣ ମହିଳା ଓ ଚାଳକକୁ ଅଟକ ରଖିଲା ପୁରୁଣାକଟକ ପୋଲିସ । ପୁରୁଣାକଟକ ଥାନା ପକ୍ଷରୁ ସୀମାନ୍ତ ନୟାଗଡ଼ ସୀମାରେ ଚେକିଂ ବେଳେ ଧରିଲା ପୋଲିସ ।  ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ନିର୍ବାଚନ କୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ଜିଲ୍ଲାର ସବୁ ପ୍ରବେଶ ପଥକୁ ସିଲ କରି ଚେକିଂ ବ୍ଲକିଂ କରୁଛି ।

ତେବେ ଆଜି ପୁରୁଣାକଟକ ପୋଲିସ ପକ୍ଷରୁ ବୌଦ୍ଧ-ନୟାଗଡ଼ ସୀମାନ୍ତ ମାଧପୁର ନିକଟରେ ଚେକିଂ ବେଳେ OD 02 BM 1517 ଏକ କଳା ରଙ୍ଗର କିଆ ଗାଡିକୁ ଧରିଥିଲା । ସେଥିରୁ ଲକ୍ଷାଧିକଟଙ୍କା ମିଳିଥିଲା । ପୋଲିସ କାରରେ ଥିବା ୨ଜଣ ମହିଳା ଓ ଗାଡି ଚାଳକକୁ ଅଟକ ରଖିବା ସହିତ ଗାଡିକୁ ଜବତ କରି ଥାନାକୁ ଆଣି ପଚରାଉଚରା କରୁଛି ।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କାରରୁ ନିର୍ଦିଷ୍ଟ ଦଳର ପୋଷ୍ଟର ବେନର ମିଳିଥିବା ଟଙ୍କା ଜବତ ଘଟଣାକୁ ଆହୁରି ରୋଚକ କରିଛି। ଏବଂ କାର ରୁ କେତେ ଟଙ୍କା ଏବଂ କେଉଁଠୁ କେଉଁଠିକି ଯାଉଥିଲା ତାର ସଠିକ ତଥ୍ୟ ପୁରୁଣାକଟକ ପୋଲିସ ତରଫରୁ   ଗଣମାଧ୍ୟମ କୁ ଦିଆ ଯାଇନାହିଁ।ତେବେ ଏତେ ବଡ଼ ଧରଣର ଟଙ୍କା କେଉଁ ଆଧାରରେ କାରରେ ଆସୁଥିଲା, କଣ ପାଇଁ ଆସୁଥିଲା,ଏନେଇ ଅଧିକ ତଦନ୍ତ କରୁଛି ପୁରୁଣାକଟକ ପୋଲିସ ।