ହରଭଙ୍ଗା (ଚିତ୍ତରଞ୍ଜନସିଂ):ବୌଦ୍ଧ ଅବକାରୀ ସ୍କ୍ୱାର୍ଡ ର ବଡ଼ ସଫଳତା l ଜିଲ୍ଲାରେ ଗଂଜେଇ କାରବାର ରୋକ ଲଗାଇ ୧ କୋଟି ରୁ ଉର୍ଦ୍ଧ ଟଙ୍କାର ଗଂଜେଇ ଜବଦ କରିବାରେ ସଫଳ ହୋଇଛି ବୌଦ୍ଧ ଅବକାରୀ ବିଭାଗ l ସୂଚନା ଅନୁଯାଇ ମଙ୍ଗଳବାର ସକାଳ ୧୦  ଘଣ୍ଟା ସମୟରେ ବୌଦ୍ଧ ଅବକାରୀ ମୋବାଇଲ ସ୍କ୍ଵାଡ ପକ୍ଷରୁ ଆରକ୍ଷୀ ଅଧୀକ୍ଷକ ଶାନ୍ତି ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ଵାଡ ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତର ଆଙ୍କୁନ୍ ଓ ସାନ ବବଡ଼ା ଗ୍ରାମ ନିକଟରେ ଚଢାଉ କରି ୫  କ୍ବିଣ୍ଟାଲ ୬୦ ଏବଂ୫ କ୍ଯୁଣ୍ଟାଲ ୧୫ କେଜି କେଜି ଗଞ୍ଜେଇ ଜବତ କରିଛି |

ଉକ୍ତ ଦୁଇ ଅଂଚଳ ୧୦ କ୍ଯୁଣ୍ଟାଲ ୭୫ କେଜି ଗଂଜେଇ ଜାହାର ସରକାରୀ ଆନୁମାନିକ ମୂଲ୍ୟ ୧ କୋଟି ୭ ଲକ୍ଷ ରହିଥିବା ସହିତ ୨ ବାଇକ ଜବଦ କରିଥିବା ବେଳେ କରବାରେ ସଂପୃକ୍ତ ଦଲାଲ ମାନେ ଫେରାର ହୋଇଥିଲେ l ଏହି ଗଂଜେଇ ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୩୮ /୨୪ -୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି | ଚଢାଉରେ ସବ୍ ଇନ୍ସପେକ୍ଟର ସତ୍ୟ ନାରାୟଣ ପ୍ରଧାନ, ଏଏସଆଇ ପ୍ରିୟଜନ କନ୍ହର, ଅସୀତ ପ୍ରଧାନ, ରେଣୁପ୍ରିୟା ଭୋଇ, କନେଷ୍ଟବଳ ସତ୍ୟ ନନ୍ଦନ ମୁଖୀ ଓ ସ୍କ୍ୱାଡ଼ କର୍ମଚାରୀ ମାନେ ସାମିଲ୍ ଥିଲେ |