ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ସାଧାରଣ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ର ମତଦାନ ଆଉ 4ଦିନ ବାକି ରହିଥିବା ବେଳେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପ୍ରଚାର ପ୍ରସାର ଜୋରଦାର ଚାଲିଛି l ବିଜେଡି ଦଳରୁ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ, ବିଜେପିରୁ ସରୋଜ ପ୍ରଧାନ ଓ କଂଗ୍ରେସ ରୁ ନବ କୁମାର ମିଶ୍ର ପ୍ରଚାର ମୈଦାନ ରେ ନିଜ ନିଜ ରାଜନୈତିକ ରଣକୌଶଳ କରି ଭୋଟର ଙ୍କୁ ମନମହୁଛନ୍ତି l ତେବେ ଏହି ନିର୍ବାଚନୀ ମଣ୍ଡଳୀର ହରଭଙ୍ଗା ବ୍ଲକ ରେ ପାନୀୟ ଜଳ ପ୍ରକଳ୍ପ ଗୁଡିକ” ନିର୍ବାଚନୀ ପ୍ରସଙ୍ଗ “ହୋଇ ପାରେ ବୋଲି ଆଶଙ୍କା କରାଯାଉଛି l

ଚାଷୀ କ୍ଷେତକୁ ପାଣି ଯୋଗାଣ ପାଇଁ 2009ମସିହାରେ ମହାଲିକ ପଡା ପଞ୍ଚାୟତ ର ରାଜlବସା ଖୁଦ୍ର ଜଳ ସେଚନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରାଜାଈ ଥିଲା ଓ ପରବର୍ତୀ ସମୟରେ 2014ମସିହାରେ 14କୋଟି ବ୍ୟୟ ଅଟକଳରେ ପ୍ରକଳ୍ପ ତିଆରି ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ ରୁ କେନାଲ ବାହାରି ପାରିଲା ନାହିଁ କି ଚାଷୀ ପାଣି ପାଇପାରିଲା ନାହିଁ l ସେହିପରି ତଳ ଗାଁ ପଞ୍ଚାୟତ ରେ ଥିବା ଡମକୁଜ ଡ୍ୟାମ ଚାଷୀ ଙ୍କ ଉଦେଶ୍ୟ ରେ ନିର୍ମାଣ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ପାଣି ପାଇବାରୁ ବଞ୍ଚିତ ଚାଷୀ ଭାଇ କିନ୍ତୁ ପ୍ରତିବର୍ଷ ଏହି ପ୍ରକଳ୍ପ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ନୀତି ଚାଲିଛି l ଅନ୍ୟ ପଟେ ତଳଗାଁ, ମହାଲିକ ପଡା ପଞ୍ଚାୟତ ରେ ପ୍ରାୟ 15ରୁ ଉର୍ଦ୍ଧ ଚେକଡ୍ୟାମ କରାଯାଇଛି କିନ୍ତୁ ଚାଷୀ କ୍ଷେତ କୁ ପାଣି ଯାଉନି l

କୁସଙ୍ଗ ପଞ୍ଚାୟତ ରେ ବି ସେହି ସମାନ ଅବସ୍ଥା ମହାନଦୀ କୂଳ ତୀରଡ଼ ଠାରେ ନିର୍ମିତ ପ୍ରାର୍ବତ୍ୟ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏହି ପ୍ରକଳ୍ପ ରେ 450କୋଟି ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀ କ୍ଷେତ କୁ ନାହିଁ ପାଣି ଓ ନିମ୍ନ ମାନର କାର୍ଯ୍ୟ ନେଇ ଚାଷୀ ଅସନ୍ତୋଷ l ତତ ସହିତ ଏକା ସମୟରେ ତୀରଡ଼ ଭଳି ରାମଗଡ ଓ ସମ୍ପୋଚ ଠାରେ ମଧ୍ୟ ଏହି ପାର୍ବତ୍ୟ ଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଶୁଭ ଉଦଘାଟନ କରିଥିଲେ l ପ୍ରକଳ୍ପ ପାଇଁ ସର୍ଭେ ମଧ୍ୟ ହୋଇଥିଲା କିନ୍ତୁ ପରବର୍ତୀ ସମୟରେ ଏହି ଦୁଇଟି ପ୍ରକଳ୍ପ କୁ କ୍ୟାନସେଲ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ବିଭିନ୍ନ ସଂଗଠନ, ଚାଷୀ ବାରମ୍ବାର ଅଭିଯୋଗ କରିଥିବା ଓ ଚାଷୀ ଆନ୍ଦୋଳନ ଏବଂ ଅସନ୍ତୋଷ ଦେଖାଦେଇଥିଲା l

ଅନ୍ୟ ପଟେ ହରଭଙ୍ଗା ପଞ୍ଚାୟତ ର ଶଗଡିଆ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ର କେନାଲ କାର୍ଯ୍ୟ ଅସମ୍ପୂର୍ଣ୍ଣ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ହରଭଙ୍ଗା ପଂଚାୟତ ଓ ସଂକୁଲୋଇ ପଞ୍ଚାୟତ ର ବିଭିନ୍ନ ଗ୍ରାମ ର ତଳ ମୁଣ୍ଡିଆ ଚାଷୀ ଙ୍କ ଜମିକୁ ପାଣି ଯାଉନି l ସେହିପରି କୁକୁଟେଶ୍ୱର ଓ ଗାନ୍ଧୀ କେନାଲ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ରକ୍ଷଣା ବେକ୍ଷଣ ଅଭାବ ରୁପୋତି ହୋଇ ଜଳ ଅଧିଗ୍ରହଣ କ୍ଷମତା ହରାଇବା,କେନାଲ ପୋତି ହେବା ଏବଂ କେନାଲ ଭାଙ୍ଗି ଅଧ ପନ୍ତରା ହୋଇ ପଡିଥିବା ଦେଖା ଦେଇଛି l ପିଇବା ପାଣି ସମସ୍ୟା ନ କହିବl ଭଲ l ଉପାନ୍ତ ଅଞ୍ଚଳ କଣ୍ଡରl, କାଚପାଜୁ,କୁଚୁ ପାଜୁ, ସୁଲୁ ଗାଁ, ଲେଙ୍ଗାର ପାଜୁ, କୁଚୁଡା,ସୁଲୁକେଟି, ମରଡ଼ା, ମାରାଡ଼ି , ବଡ଼ ଖଜୁରୀ, ସାନ ଖଜୁରୀ, ରାଣୀସାହି, ବlନ୍ଦୀଗାଡୁ, ଗ୍ରାମ ଗୁଡିକରେ ବର୍ଷ ସାରା ପିଇବା ପାଣି ସମସ୍ୟା ଲାଗି ରହିଛି l

ମହାନଦୀ କୂଳରେ ଥାଇ ମଧ୍ୟ ବିଭିନ୍ନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଅଭାବ ରୁ କିଡ଼ନୀ ରୋଗରେ ଆକ୍ରାନ୍ତ ରୋଗୀ ମୃତ୍ୟୁ ବରଣ କରିବା ସହିତ ଜୀବିତ ରୋଗୀ ମରଣ ସହିତ ସଙ୍ଘର୍ସ କରୁଛନ୍ତି l ଉକ୍ତ ଜଳ ପ୍ରକଳ୍ପ ଗୁଡିକ ଅସମ୍ପୂର୍ଣ ହେବାର ମୁଖ୍ୟ କାରଣ ରାଜ ନୈତିକ ମନୋବଳ ଅଭାବ, ଠିକାଦାରୀ ପୋଷା ଓ ବିଭାଗୀୟ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ l ତେଣୁ ଏହି ଜଳ ସମସ୍ୟା ସାଧରଣ ନିର୍ବାଚନ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପ୍ରସଙ୍ଗ ହୋବା ସହିତ ପ୍ରଭାବ ପଡିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l