ହରଭଙ୍ଗା ୧୬/୦୫ (ଚିତ୍ତ ରଞ୍ଜନ ସିଂ )ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ଓ ଜନସାଧାରଣ କିଭଳି ବିନା ଭୟରେ ନିଜର ମତ ସାବ୍ୟସ୍ତ କରିବେ ସେ ନେଇ ହରଭଙ୍ଗା ଥାନା ଅଞ୍ଚଳର ଛତରଙ୍ଗ, ଶଙ୍କୁଲେଇ, ଧଳପୁର ଗ୍ରାମ ପଂଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ଫ୍ଲାଗ ମାର୍ଚ ହୋଇଥିବା ଦେଖିବାକୁ ମିଳିଛି ।

ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ସମସ୍ତ ଜନତାଙ୍କୁ ନିରାପତ୍ତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପୁଲିସର ଉପସ୍ଥିତି ସମ୍ପର୍କରେ ସୁଚାଇ ଦେବା ସହ ବିନା ଚାପରେ, କୌଣସି ପ୍ରଲୋଭନର ବଶବର୍ତ୍ତୀ ନହୋଇ ମୁକ୍ତ, ଅବାଧ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ଦିନ ସାମିଲହୋଇ ଅଧିକ ସଂଖ୍ୟାରେ ଭୋଟ ପ୍ରଦାନ କରିବା ଭୋଟର ମାନଙ୍କୁ ପୋଲିସ ତରଫରୁ ସଚେତନ କରାଯାଇଛି ।

ଆଜି ଆଇଆଇସି ହରଭଙ୍ଗାଙ୍କ ନଳନୀ କାନ୍ତ ଦାସ ଙ୍କ ନେତୃତ୍ବରେ, ହରଭଙ୍ଗା ଥାନା ଏଏସଆଇ ଗୀତାଞ୍ଜଳି ପ୍ରଧାନ, ASI ଜିତେନ୍ଦ୍ର ମେହେର, ସମେତ ୫୦ ରୁ ଉର୍ଦ୍ଧ ବିଏସଏଫ ଯବାନ ଓ ଆଇଆରବିଏନ ଯବାନମାନେ ହରଭଙ୍ଗା ଥାନାରୁ ବାହାରି ପାଣିଘରା, ରାଉତପଡା, ବୁଲୁରା, ମଲିକପଡା, ଛତରଙ୍ଗ, ଖରଶଙ୍କୁଲେଇ, ଶାକୁଶିଙ୍ଗା, ଦୂର୍ଗାପୁର, ବେଲପଦର, କଙ୍କଳା, ବଦଲାସାହି, ଉଆନଳ ଓ ଧଳପୁର ଆଦି ଗ୍ରାମ ମାନ ପରିକ୍ରମା କରିଥିଲେ ।