କେସିଙ୍ଗା : (ପ୍ରୀତେଶ ପଟେଲ)ଗତ ୧୩ ତାରିଖ ରେ କେସିଙ୍ଗା ଥାନା ଅନ୍ତର୍ଗତ ପରେଲସିଙ୍ଗା ପଞ୍ଚାୟତ ରହେନ ପଡା ନିବାସୀ ବିରଞ୍ଚି ନାଏକ ଙ୍କ ମୃତ ଦେହ ବଜର ଗଡ ଜୋର୍ ରେ ପଡ଼ିଥିଲା ।ସେହି ଦିନ ନିର୍ବାଚନ ଥିବାରୁ ପୋଲିସ ବ୍ୟସ୍ତ ଥିବା ବେଳେ ସନ୍ଧ୍ୟା ରେ ପୋଲିସ କୁ ଖବର ମିଳିଲା ଯେ ଏକ ମୃତ ଦେହ ବଜର ଗଡ ଜୋର୍ ଠାରେ ପଡ଼ିରହିଛି ।ସଙ୍ଗେ ସଙ୍ଗେ ପୋଲିସ ସେଠାକୁ ଯାଇ ଶବ ଜବଦ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ସି ଏଚ ସି କୁ ପଠାଇଥିଲା ।

ବିରଞ୍ଚି ଙ୍କ ସ୍ତ୍ରୀ ଲିଲି ନାଏକ ଶବ ଟିକୁ ଚିହ୍ନିବା ସହିତ ଗତ ୧୨ ତାରିଖ ସନ୍ଧ୍ୟା ରୁ ଘରକୁ ଫେରି ନଥିବା ସୂଚନା ଦେଇଥିଲେ ।୧୩ ତାରିଖ ରେ ବିରଞ୍ଚି ଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।କେସିଙ୍ଗା ଥାନା ର ଏସ ଡି ପି ଓ ବିନୋଦ ପାଟିଲ ,ଏବଂ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଙ୍କ ନେତୃତ୍ୱ ରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା ।ତଦନ୍ତ ସମୟ ରେ ଜିତୁ ଗୌଡ଼ ନାମକ ଯୁବକ ,ବୟସ ୧୯ ବିରଞ୍ଚି କୁ ହତ୍ୟା କରିଥିବା ସ୍ବୀକାର କରିଥିଲା ବୋଲି କେସିଙ୍ଗା ଏସ ଡି ପି ଓ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି ।ଜିତୁ ଗୌଡ଼ ମଧ୍ୟ ପରେଲ୍ ଶୀଙ୍ଗା ର ବାସିନ୍ଦା ହୋଇଥିବା ବେଳେ ,ସେ ମୃତ ବିରଞ୍ଚି କୁ ଚାକିରି କରାଇ ଦେବା ପାଇଁ ୧୦୦୦୦ ଟଙ୍କା ଦେଇଥିଲା ବୋଲି ସୂଚନା ଦେଇଛି ।

ଟଙ୍କା ନେଇ ଚାକିରି କରାଇ ନ ଦେବା ଓ ଆଉ ଟଙ୍କା ମାଗିବାରୁ ଜିତୁ ବିରଞ୍ଚି କୁ ହତ୍ୟା କରି ଥିବା ପୋଲିସ ଆଗରେ ବୟାନ ଦେଇଛି ।୧୩ ତାରିଖ ଦିନ ବିରଞ୍ଚି ଙ୍କ ସ୍ତ୍ରୀ ଲିଲି ନାଏକ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ସମୟ ରେ ମଧ୍ୟ ଜିତୁ ଙ୍କ ନାଁ ନେଇଥିଲେ ଓ ତା ସହିତ ଭବାନୀପାଟଣା ର ଆକାଶ ପଟେଲ ମଧ୍ୟ ସାମିଲ ଥିବା କହିଥିଲେ ।ଆଜି ଲିଲି ଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଛି ଜିତୁ ବିରଞ୍ଚି ଙ୍କୁ ଏକ ଧାରୁଆ ଛୁରୀ ଜରିଆରେ ହତ୍ୟା କରିଥିବା ମାନିଚି।କିନ୍ତୁ ଆକାଶ କେବଳ ଚାକିରି ପାଇଁ ଟଙ୍କା ଦେବା ନେବା କାର୍ଯ୍ୟ ରେ ସଂପୃକ୍ତ ଥିବା ବେଳେ ଏହି ହତ୍ୟା ଘଟଣା ରେ ଆକାଶ ର କିଛି ବି ହାତ ନ ଥିବା ପୋଲିସ ସୂଚନା ଦେଇଛି ।ଜିତୁ ପୋଲିସ କୁ ଦେଇଥିବା ବୟାନ ରେ ,ବିରଞ୍ଚି ଓ ଜିତୁ ଦୁହେଁ ମିଶି ମଦ ପି ଥିଲେ ପରେ ବିରଞ୍ଚି ଅଧିକ ମଦ ପିଇ ବେହୋସ୍ ହୋଇଯାଇଥିବା ବେଳେ ,ଘରୁ ଆଣିଥିବା ଏକ ଛୁରୀ ରେ ବିରଞ୍ଚି ର ଛାତି ଉପରେ ଆକ୍ରମଣ କରି ହତ୍ୟା କରିଛି ବୋଲି ଜିତୁ ବୟାନ ଦେଇଛି ।