ଶପଥଗ୍ରହଣ ପରେ ପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣାରେ ଦସ୍ତଖତ କରିବି : ମୁଖ୍ୟମନ୍ତ୍ରୀ 

ସମ୍ବଲପୁର: (ସଞ୍ଜୟ ମହାନ୍ତି )ନାକଟିଦେଉଳରେ ଶୁକ୍ରବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି । ରାଜ୍ଯ ହିତ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ବିଜେଡିର ପ୍ରାର୍ଥୀମାନଙ୍କୁ ଚିହ୍ନି ଶଂଖ ଚିହ୍ନରେ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।

ଏହି ଅବସରରେ ବିଭିନ୍ନ ଜନହିତକର ଯୋଜନା ଉପରେ ଲୋକଙ୍କ ମତାମତ ନେବା ସହ ବିଡି ଶ୍ରମିକଙ୍କ ପାଇଁ ପ୍ଯାକେଜ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । କାଳିଆ, ମମତା, ମଧୁବାବୁ ପେନସନ, ଚାଉଳ କାର୍ଡ, ଲକ୍ଷ୍ମୀ ବସ, 5T ସ୍କୁଲ, ମାଆ ସମଲେଈ କାମ, ପୁରୀ କାମ ଭଲ କି ନୁହେଁ ପଚାରି ବୁଝିଥିଲେ ନବୀନ । ଏସବୁ ପାଇ କି ଆପଣମାନେ ଖୁସି କି ନୁହଁ ବୋଲି ମଧ୍ଯ ପଚାରିଥିଲେ । ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ କହିଲା ବେଳେ ସଭା ସ୍ଥଳ ଖୁସିରେ କମ୍ପି ଉଠିଥିଲା ।

ସମ୍ବଲପୁର ପିଏଚଡି ପଡ଼ିଆରେ ବିଶାଳ ସମାବେଶକୁ ଉଦବୋଧନ ଦେବା ପରେ ନାକଟିଦେଉଳଠାରେ ଆୟୋଜିତ ସଭାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ। ଏହା ସହିତ ସେ ଆସନ୍ତା ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ପୁନର୍ବାର ଶପଥ ନେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। ଶପଥ ନେବା ପରେ ସର୍ବପ୍ରଥମେ ସେ ବିଜୁଳି ଛାଡ଼ ବିଲ୍‌‌ ଉପରେ ଦସ୍ତଖତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସମସ୍ତଙ୍କୁ ସାମିଲ କରିବା ତାଙ୍କର ୨ୟ ପ୍ରମୁଖ କାର୍ଯ୍ୟ ହେବ। ଏହି ବିଲ୍‌‌ରେ ସେ ୨ୟ ଦସ୍ତଖତ କରିବେ। ଏହା ପରେ ମିଶନ ଶକ୍ତିରେ ମହିଳାଙ୍କୁ ପେନସନ ସୁବିଧା ଦେବା ବିଲ୍‌‌ରେ ସେ ୩ୟ ଦସ୍ତଖତ କରିବେ ବୋଲି ନବୀନ ଜନସାଧାରଣଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି।

ବିଶାଳ ସମାବେଶରେ ନବୀନ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ପଚାରି ବୁଝିଥିଲେ। ସେ କହିଥିଲେ ଯେ, ବିରୋଧୀ ଦଳଗୁଡ଼ିକ ନିର୍ବାଚନ ସମୟରେ ମିଛ କହୁଛନ୍ତି। ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ର ସରକାର ବିଡି କର୍ମଚାରୀଙ୍କ ପାଇଁ କିଛି କରିନାହାନ୍ତି। ବିଜେଡି ସରକାର ବିଡି କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବେ।

ବିଜେଡିକୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତାଇବାକୁ ନବୀନ ଅନୁରୋଧ କରିଥିଲେ।ଏହି ଅବସରରେ ରେଢାଖୋଲ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଓ ସମ୍ବଳପୁର ବିଜେଡ଼ି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ କେନ୍ଦ୍ର ସରକାର ଙ୍କ ମିଛ ପ୍ରତିଶ୍ରୁତି କୁ ବିଶ୍ବାସ ନକରିବାକୁ ଜନତା ଙ୍କୁ ଅନୁରୋଧ କରିଥିଲେ ।ଏହି ନିର୍ବାଚନୀ ସଭା ରେ ବିଜେଡ଼ିର ସମୀକ୍ଷକ ଶରତ ଚନ୍ଦ୍ର ସାହୁ ,ସଞ୍ଜୟ ମହାନ୍ତି ଓ ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ।

ଏହି ଭିଡିଓ କୁ ଆପଣ ମଧ୍ୟ ପସନ୍ଦ କରି ପାରନ୍ତି