ହରଭଙ୍ଗା : (ଚିତ୍ତରଞ୍ଜନସିଂ).କିସ ବିଦ୍ୟାଳୟ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ l ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତମାନ ସାରା ଜିଲ୍ଲା ରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣା କୁ ନେଇ ରାଜନୀତି ମହଲ ଜୋରସୋର ଚର୍ଚ୍ଚା ଧରିଛି l

ସୂଚନା ଥାଉକି ବର୍ତମାନ ର ବିଜେଡି କନ୍ଧମାଳ ସାଂସଦ ପାର୍ଥି ଥିବା ତଥା କିସ କିଟ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବୌଦ୍ଧ ଜିଲ୍ଲା ଲୁଣିବାହାଲ ଠାରେ ନିର୍ମାଣ କରିଥିବା କିସ ବିଦ୍ୟାଳୟ ଟି ଗୋଚର ଜମି ଉପରେ ବେଆଇନ ଭାବେ ରାସ୍ତା ନିର୍ମାଣ କରିବା, ଏବଂ ସ୍ଥାନୀୟ ଲୋକଙ୍କୁ ବିଦ୍ୟାଳୟ ରେ ନିଯୁକ୍ତି ନଦେବା, ଏପରିକି ବିଦ୍ୟାଳୟ ରେ ଆଦିବାସୀ ପିଲାଙ୍କୁ ନାମ ଲେଖାଇବା ପାଇଁ ଆଦିବାସୀ ପିଲା ନାମରେ ଶୋଷଣ କରାଯାଉଥିବା ଅଭିଯୋଗ ରେ ଆଜି ଅଞ୍ଚଳ ର ଶତାଧିକ ପୁରୁଷ ମହିଳା ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ l ଏହାର ସମାଧାନ ନହେଲେ ଆଗାମୀ ଦିନ ରେ ବିକ୍ଷୋଭ ତୀବ୍ରତର ହେବା ନେଇ ଲୋକେ ଦାବି କରିଛନ୍ତି l