ହରଭଙ୍ଗା :୨୦ /୦୫ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମ୍ପୂର୍ଣ ହୋଇସାରିଛି।ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର ବୌଦ୍ଧ ବିଧାନ ସଭା କ୍ଷେତ୍ରରେ ୧ଲକ୍ଷ ୬୬ହଜାର୪୬୧ଜଣ ଭୋଟର ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ।୮୬ ନମ୍ବର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ ୧୯୪ ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଥିଲା ।ସେଥିରୁ ହରଭଙ୍ଗା ବ୍ଲକରେ କେବଳ ୧୧୨ ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା ।

ଏହି ମତଦାନ କେନ୍ଦ୍ର ମଧ୍ୟରୁ ୩୧ଟି ସକ୍ଷୀ ବୁଥ ଆୟୋଜିତ କରାଯାଇଥିଲା । ସେଥିରୁ ହରଭଙ୍ଗା ବ୍ଲକରେ ୦୮ଟି ସକ୍ଷୀ ମତଦାନ କେନ୍ଦ୍ର ଆୟୋଜିତ ହୋଇଥିବା ବେଳେ ବ୍ଲକର ପୁରୁଣାକଟକରେ ୩ଟି, କରଞ୍ଜକଟା, ଝାଡ଼ରାଜିଙ୍ଗ,ତୁକୁଲୁଣ୍ଡା, ଲକ୍ଷ୍ମଣପୁର, ଠିଡିକାଜୋର ଭଳି ସ୍ଥାନରେ ସକ୍ଷୀ ମତଦାନ କେନ୍ଦ୍ର କରାଯାଇଥିଲା ।୨୦ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଥିଲା ।୧୦ଟି କେନ୍ଦ୍ରରେ ଭିଡ଼ିଓଗ୍ରାଫି,୨୭ଟି କେନ୍ଦ୍ରରେ କେନ୍ଦ୍ରୀୟ ଆର୍ମ ପୁଲିସ ରହିବା ପାଇଁ ବ୍ୟବସ୍ଥା ହୋଇଥିଲା ।

ଏହା ସହିତ ୧୦ଟି ମତଦାନ କେନ୍ଦ୍ରରେ ମାଇକ୍ରୋ ପର୍ଯ୍ୟବେକ୍ଷକ ସହିତ ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ପିଇବା ପାଣି ସାଙ୍ଗକୁ ଚାନ୍ଦୁଆ ବ୍ୟବସ୍ଥା କରାଯାଇଥିଲା । । ବ୍ଲକ ର ତାଳଗାଁ, ଆଡ଼େନିଗଡ଼, ବନୀଭୂଷଣପୁର, କରଞ୍ଜକଟା, ସଂକୁଲେଇ, ଛତ୍ରଙ୍ଗ, ହରଭଙ୍ଗା,ମହାଲିକପଡ଼ା,ପୁରୁଣାକଟକ, ପିତାମ୍ବରପୁର, ତିଳେଶ୍ୱର, ଧଳପୁର, ରାମଗଡ଼ ଲୁଣିବାହାଲ, ହରେକୃଷ୍ଣପୁର, ଶାମ୍ପୂଚ, ରାଧାନାଗାର, ସରସରା ଆଦି ସ୍ଥାନ ମାନଙ୍କରେ ଶାନ୍ତିଶୃଙ୍ଖଳା ର ସହିତ ମତଦାନ ସରିଥିବା ସୂଚନା ମିଳିଛି। ହାରାହାରି ବ୍ଲକ ରେ 65% ରୁ ଉର୍ଦ୍ଧ ମତଦାନ ହୋଇଥିବା ସୂଚନା ମିଳିଛି।