କେସିଙ୍ଗା : (ପ୍ରୀତେଶ ପଟେଲ)କାର ଟି ରାସ୍ତା କଡ଼ରେ ବସିଥିବା ଅଞ୍ଜନା ମହାନନ୍ଦ ନାମକ ବୃଦ୍ଧା ଙ୍କ ଉପରେ ଚଢ଼ି ଯାଇଥିଲା ।ବୃଦ୍ଧାଙ୍କ ଅବସ୍ଥା ଶୋଚନୀୟ ହେବା ଫଳରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିଲା ।ବୃଦ୍ଧା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ନ ଆସିବାରୁ ତାଙ୍କୁ ବୁର୍ଲା ରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଗଲା ବେଳେ ବାଟରେ ତାଙ୍କ ଜୀବନ ଚାଲି ଯାଇଥିଲା ।କେସିଙ୍ଗା ସହର ର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ,ଉଠା ଦୋକାନୀ ଙ୍କୁ ଥଇଥାନ କରିବାରେ ଏନ୍ ଏ ସି ପ୍ରଶାସନ ପୁରା ପୁରି ଫେଲ୍ ମାରିଛି ।
ବାରମ୍ବାର ବୈଠକ ଡାକି ସମସ୍ୟା ର ସମାଧାନ କଥା କହୁଥିବା ପ୍ରଶାସନ ବିଫଳ ହୋଇଛି ।ଉଠା ଦୋକାନୀ ଙ୍କୁ ଥଇଥାନ ପାଇଁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଉଠା ଦୋକାନୀ ଙ୍କ ପାଇଁ ତିଆରି ହୋଇଥିବା ଭେଣ୍ଡି ଜୋନ କୁ ବନ୍ଦ କରି ରଖାଯାଇଛି ।ଯାହା ଫଳରେ ରାଜପଥ ର ଦୁଇ ପାର୍ଶ୍ଵ ରେ ଉଠା ଦୋକାନୀ ମାନେ ବସି ରହିଛନ୍ତି ।ଗତ ୧୮ ତାରିଖ ଦିନ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ଜଣେ ଉଠା ଦୋକାନୀ ଙ୍କ ମୃତ୍ୟୁ ହୋଇଛି ।
ଘଟଣା କୁ ନେଇ କେସିଙ୍ଗା କୁର୍ଲୁପଡା ଗ୍ରାମ ବାସି ବୃଦ୍ଧା ଙ୍କ ଶବ କୁ କେସିଙ୍ଗା ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ର ଭାରତ ପେଟ୍ରୋଲ ପମ୍ପ ପାଖରେ ରାସ୍ତା ରୋକ କରିଥିଲେ ।ବୃଦ୍ଧାଙ୍କ ଉପରେ ଚଢ଼ି ଯାଇଥିବା ଗାଡି ର ମାଲିକ ଆସିଲେ ଯାଇ ରାସ୍ତା ରୋକ ବନ୍ଦ କରାଯିବ ବୋଲି କହି ଧାରଣ ରେ ବସିଥିଲେ ବୃଦ୍ଧା ଙ୍କ ପୁତ୍ର ଓ ପଡା ବାସିନ୍ଦା ।
ସ୍ଥାନୀୟ ପୋଲିସ ପ୍ରଶାସନ ଲୋକଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ,ପରେ ପାଖା ପାଖି ରାତି ୧ ଟା ସମୟ ରେ ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ଦୀର୍ଘ ୧ ଘଣ୍ଟା ଧରି ଲୋକଙ୍କ ସହିତ ଆଲୋଚନ ପରେ ତହସିଲଦାର ଙ୍କ କଥା ମାନି ଲୋକେ ଧାରଣା ବନ୍ଦ କରି ଥିଲେ ଓ ଗାଡି ଯାତାୟତ ସୁଚାରୁ ରୂପେ ଚାଲିଥିଲା ।ସ୍ଥାନୀୟ ତହସିଲଦାର ରେଡକ୍ରସ୍ ତରଫ ରୁ ୧୦୦୦୦ ଟଙ୍କା ବୃଦ୍ଧା ଙ୍କ ପୁତ୍ର କୁ ପ୍ରଦାନ କରିଥିଲେ ।