(ଲୋକାଲ ଗାଡ଼ି ଗୁଡ଼ିକୁ ଟୋଲ୍ ଛାଡ଼ ଓ ଟୋଲ୍ ଗେଟ୍ ରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବୀ )
କେସିଙ୍ଗା ; ( ପ୍ରୀତେଶ ପଟେଲ)ଗତ କିଛି ମାସ ତଳେ କଳାହାଣ୍ଡି ଜିଲ୍ଲାର ପ୍ରଥମ ଟୋଲ ଗେଟ କେସିଙ୍ଗା ବ୍ଲକ ର ନୁନମାଠ ପଞ୍ଚାୟତ ଠାରେ ଜାତୀୟ ରାଜପଥ ୨୬ ରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏନ୍ ଏଚ ଏ ଆଇ ପକ୍ଷରୁ ଗାଡ଼ି ମଟର ଠାରୁ ଟୋଲ ଟ୍ୟାକ୍ସ ସଂଗ୍ରହ କରାଯାଉଛି।ଟୋଲ ଟ୍ୟାକ୍ସ ସଂଗ୍ରହ ଦିନ ଠାରୁ କେସିଙ୍ଗା ବିକାଶ ମଞ୍ଚ ଟୋଲ ଟ୍ୟାକ୍ସ ଫ୍ରି ପାଇଁ ବାରମ୍ବାର ବୈଠକ କରି ଜିଲ୍ଲା ପ୍ରଶାସନ ଠାରେ ଦାବି ଜଣାଇଛନ୍ତି ।ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ର ସୁଫଳ ମିଳିନାହିଁ ।
କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବିଗତ ଦିନରେ ସ୍ଥାନୀୟ ତହସିଲଦାର ଙ୍କ ସମେତ ଟୋଲ ଟ୍ୟାକ୍ସ ସଂଗ୍ରହ କାରି ଠିକା ସଂସ୍ଥା ର ଉଚ୍ଚ ପଦସ୍ଥ ଅଧିକାରୀ ,କେସିଙ୍ଗା ବିକାଶ ମଞ୍ଚ ର ସଦସ୍ୟ,ଅଞ୍ଚଳ ର ବୁଦ୍ଧଜୀବୀ,ବିଭିନ୍ନ ଗାଡ଼ି ମଟର ସଂଘ ର କର୍ମକର୍ତ୍ତା ନେଇ ସ୍ଥାନୀୟ ବ୍ଲକ୍ ସଭାଗୃହରେ ବୈଠକ ଅନୁଷ୍ଠିତ ହୋଇ ଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନଥିଲା।ପରେ ଆଉ ଗୋଟିଏ ବୈଠକ ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା କିନ୍ତୁ ନିର୍ବାଚନ ଆଚରଣ ବିଧି ପାଇଁ ତାହା ସ୍ତଗିତ ରଖାଯାଇଥିଲା।ବର୍ତ୍ତମାନ ନିର୍ବାଚନ ସରିଯାଇ ଥିବାରୁ ଗତ କାଲି ତା ୨୭/୦୫/୨୪ ରିଖ ଦିନ ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଉକ୍ତ ଟୋଲ୍ ଗେଟ୍ ସମସ୍ୟା କୁ ନେଇ ଅମାଠ ପଡିଆ ଠାରେ ଏକ ବୈଠକ ଡକାଯାଇଥିଲା ।
କେସିଙ୍ଗା ଅଞ୍ଚଳ ଲୋକାଲ ଗାଡି ଗୁଡ଼ିକୁ ଟୋଲ୍ ଛାଡ଼ ଓ ଟୋଲ୍ ଗେଟ୍ ରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି ନେଇ ମତାମତ ପାରିତ ହୋଇଥିଲା ।ସମସ୍ୟା ର ଅତି ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରାଯିବ ବୋଲି ଆଲୋଚନା ହୋଇଥିଲା ।ଏହି ବୈଠକ ରେ କେସିଙ୍ଗା ସହର ସହିତ କେସିଙ୍ଗା ବ୍ଲକ ର ୯ ଟି ପଞ୍ଚାୟତ ର ସାଧାରଣ ଲୋକ ଯୋଗ ଦେଇଥିଲେ ।ଲୋକ କହିବା ଅନୁଯାୟୀ ଯଦି ପଡୋଶୀ ବଲାଙ୍ଗୀର ଓ ବରଗଡ଼ ଠାରେ ଥିବା ଟୋଲ୍ ଗେଟ୍ ରେ ଲୋକାଲ ଗାଡି ଗୁଡ଼ିକୁ ଟୋଲ୍ ଛାଡ଼ କରାଯାଇପାରୁଛି ତେବେ କେସିଙ୍ଗା ରେ କାହିଁକି ଛାଡ଼ କରାଯାଇପାରିବ ନାହିଁ ?ଯଦି ଏହି ଘଟଣା ଉପରେ ପ୍ରଶାସନ କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରେ ତେବେ ଆଗାମୀ ଦିନରେ ଟୋଲ୍ ଗେଟ ନିକଟରେ ଧାରଣା ରେ ବସିବା ସହିତ ଏହି ଆନ୍ଦୋଳନ କୁ ତୀବ୍ର ତର କରାଯିବ ବୋଲି ମତ ବ୍ୟକ୍ତ କରାଯାଇଥିଲା ।