A1ଗ୍ରେଡ଼ ରୁ ବଞ୍ଚିତ ହରଭଙ୍ଗା ବ୍ଲକ

ହରଭଙ୍ଗା : ୨୭/୦୫ (ଚିତ୍ତ ରଞ୍ଜନ ସିଂ ):ଦଶମ ବୋର୍ଡ ପରୀକ୍ଷାର 2024ର ଫଳାଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ବୌଦ୍ଧ ଜିଲ୍ଲା ରେ ଏହାର ହାର 95.49ପ୍ରତିଶତ ରହିଛି l ଜିଲ୍ଲା ରେ ବୌଦ୍ଧ ବ୍ଲକ ରୁ ହିଁ 4ଜଣ ଛାତ୍ର ଛାତ୍ରୀ A1ଗ୍ରେଡ଼ ରେ ପାସ କରିଛନ୍ତି l ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ ର ଶୁଭ୍ରଦୀପ ପ୍ରଧାନ 554ମାର୍କ ରଖି 92.33ପ୍ରତିଶତ ରେ ଜିଲ୍ଲା ଟପର ହୋଇଥିବା ବେଳେ ବହିରା ପଞ୍ଚାୟତ ହାଇସ୍କୁଲ ର ପଦ୍ମନାଭ ମେହେର 552ମାର୍କ 92ପ୍ରତିଶତ ରଖି ଜିଲ୍ଲା ର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l

ତୃତୀୟ ସ୍ଥାନରେ ଯୋଗେନ୍ଦ୍ରଦେବ ହାଇସ୍କୁଲ ବୌଦ୍ଧ ର ଛାତ୍ର ପ୍ରେମାନନ୍ଦ ମେହେର ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଛାତ୍ରୀ ମନୀଷାରାଣି ପୁରୋହିତ ଉଭୟ 540ମାର୍କ 90ପ୍ରତିଶତ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଉକ୍ତ A1ଗ୍ରେଡ଼ ପାଇଥିବା 4ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ସୋମବାର ଦିନ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପୁଷ୍ପଗୁଚ୍ଛ ଓ ପୁରସ୍କାର ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁ ଙ୍କ ଉପସ୍ଥିତ ରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଅନ୍ୟ ପଟେ ଜିଲ୍ଲା ର ହରଭଙ୍ଗା ବ୍ଲକ ରେ 18ଗୋଟି ହାଇସ୍କୁଲ ଥିବା ସହିତ ପ୍ରାୟ ହାଇସ୍କୁଲ 5t ରେ ରୂପାନ୍ତରିତ ହୋଇ ସ୍ମାଟ କ୍ଲlସ, ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାର ବିକାଶ ଦିଗରେ ବହୁ ପଦକ୍ଷେପ ନିଆ ଯାଇଛି

କିନ୍ତୁ 2024ଦଶମ ବୋର୍ଡ ପରୀକ୍ଷାରେ କୌଣସି ଛାତ୍ର ଛାତ୍ରୀ ହରଭଙ୍ଗା ବ୍ଲକ ରେ A1ଗ୍ରେଡ଼ ରେ ଉତୀର୍ଣ୍ଣ ହୋଇନଥିବା ରୁ ଅଭିଭାବକ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି l ସେହିଭଳି କଣ୍ଟାମlଳ ବ୍ଲକ ରେ ମଧ୍ୟ କୋଣସି ହାଇସ୍କୁଲ ର ଛାତ୍ର ଛାତ୍ରୀ A1ଗ୍ରେଡ଼ ପାଇନଥିବା ଦେଖିବାକୁ ମିଳିଛି l ଗତ 2023ରେ ହରଭଙ୍ଗା ର ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ଧଳପୁର ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଦୁଇ ଜାଆଁଳl ଭାଇ A1ଗ୍ରେଡ଼ ରେ ପାସ ହୋଇଥିବା ବେଳେ 2024ରେ B1ଗ୍ରେଡ଼ 517ମାର୍କ ପାଇ ପୁରୁଣା କଟକ ହାଇସ୍କୁଲ ର କ୍ରିଷ୍ଣା କାତ୍ୟାଞ୍ଜଳି ରଣା ବ୍ଲକ ଟପର ହୋଇଛନ୍ତି l ଅନ୍ୟପଟେ ହରଭଙ୍ଗା ବ୍ଲକ ଅଭିଭାବକ ମହଲ ରେ ଚର୍ଚ୍ଚା ର ବିଷୟ ରାଜ୍ୟ ସରକାରଙ୍କ “ନୂଆ ଓ ଯୁବ ଓଡିଶା “ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାସ ହାରରେ ପ୍ରଭାବ ପକାଇଥିବା ଅଭିଯୋଗ ଆସିଛି l