ହରଭଙ୍ଗା : ୨୯/୦୫  (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବ ରେ ବ୍ୟାପକ କ୍ଷୟ କ୍ଷତି ଘଟିବା ସହ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ପ୍ରକାଶ ଥାଉ କି ହରଭଙ୍ଗା ବ୍ଲକ ର ପ୍ରାୟ ସମସ୍ତ ପଞ୍ଚାୟତ ରେ ଏହି କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଥିଲା।

ଫଳରେ ପ୍ରବଳ ବେଗ ରେ ପବନ ବୋହି ରାସ୍ତା ରେ ଗଛପତ୍ର ପଡ଼ିବା ସହ ପୂର୍ତ୍ତବିଭାଗ ରାସ୍ତା ଗୁଡ଼ିକ ଅବରୋଧ ହୋଇଥିଲା। ସେହିପରି ହରଭଙ୍ଗା ପଞ୍ଚାୟତ ର ଡିଆଁଘାଟ ଗ୍ରାମରେ ମଧ୍ୟ ଏହି କାଳବୈଶାଖୀ ବିଶେଷ ଭାବେ କ୍ଷୟ କ୍ଷତି କରିଥିବା ସୂଚନା ମିଳିଛି।ଉକ୍ତ ଗ୍ରାମର ବିଭୀଷଣ ମହାକୁଡ଼, କ୍ଷୀର ମହାକୁଡ଼ ଓ ଜାଇଗ ନାୟକ ଙ୍କ ଘର,ଏବଂ ଧର୍ମା ପାତ୍ର ଙ୍କ ଗାଇଗୁହାଳ ଉପରେ ଗଛପଡ଼ି ଭାଙ୍ଗି ଯାଇଛି।ଏବଂ ମହିଳା ସଶକ୍ତିକରଣ ପାଇଁ ମା ଗ୍ରାମପତି ମହିଳା ସ୍ୱୟଂସହାୟକ ଗୋଷ୍ଠି ଙ୍କ ୨୦୦୦ କ୍ଷମତା ବିଶିଷ୍ଟ କୁକୁଡ଼ା ଫାର୍ମ ଘରଟି ସମ୍ପୂର୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି।

ବହୁ କୁକୁଡ଼ା ମରିଯାଇଥିବା ବେଳେ ଆଉ କିଛି କୁକୁଡ଼ା ବାହାରକୁ ଚାଲିଯାଇଛନ୍ତି।ଉକ୍ତ ଫାର୍ମ ଟି ପ୍ରାଣୀ ପାଳନ ବିଭାଗ ରୁ ଋଣ କରି ଏହି ସ୍ୱୟଂ ସହାୟକ ଗୋଷ୍ଠି ତିଆରି ଥିଲେ। ଏବେ ଋଣ କେମିତି ପରିଶୋଧ କରିବେ ସେ ନେଇ ଚିନ୍ତିତ ଅଛନ୍ତି ଏହି ସ୍ୱୟଂ ସହାୟକ ଗୋଷ୍ଠି। ତେଣୁ ରାଜ୍ୟସରକାର ତୁରନ୍ତ ଏହି କ୍ଷତି ଗ୍ରସ୍ତ ଲୋକଙ୍କୁ ଚି଼ହ୍ନଟ କରି ସରକାରୀ ସାହାଯ୍ୟ ଯୋଗେଇଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।