ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ). ବୌଦ୍ଧ ଜିଲ୍ଲା ରେ ଗ୍ରୀଷ୍ମ ପ୍ରଭାବ ଅସ୍ତ ବ୍ୟସ୍ତ କରୁଛି ଜିଲ୍ଲା ବାସୀଙ୍କୁ l ବର୍ତ୍ତମାନ ଜିଲ୍ଲା ରେ 42ଡିଗ୍ରୀ ରୁ ଅଧିକ ତାପ ମାତ୍ର ରେକର୍ଡ ହେଉଥିବା ବେଳେ ନଦୀ ନାଳ, ଗାଡ଼ିଆ, ପୋଖରୀ ପାଣି ଶୁଖିବାରେ ବସିଛି l ଗୋଟିଏ ପଟେ ପାଣି ପାଇଁ ଜିଲ୍ଲା ବlସି ଓ ଯିବ ଜଗତ ହାହା କlର ହେଉଥିବା ବେଳେ ଅନ୍ୟ ପଟେ ତାପମାତ୍ର ପ୍ରଭାବ ରେ ଜିଲ୍ଲା ବlସି ଡହକ ବିକଳ ହେଉଛନ୍ତି l ପରିବେଶ ବିତ ଙ୍କ ମତରେ ଜିଲ୍ଲାରେ ପ୍ରବାହିତ ହେଉଥିବା ମହାନଦୀ ତାପମାତ୍ର ବୃଦ୍ଧି ରେ ସହାୟତା କରୁଛି l ଜିଲ୍ଲାର ଉତ୍ତର ଦିଗରେ ପଶ୍ଚିମ ରୁ ପୂର୍ବକୁ ୧୧୦ କିଲୋମିଟର ମହାନଦୀ ଲମ୍ବି ରହିଛି l ମହାନଦୀର ବାଲୁକା ଶଯ୍ୟା ଓ ପଥର ଅଧିକ ମାତ୍ରାରେ ତାପ ସୃଷ୍ଟି କରି ବାୟୁ ମଣ୍ଡଳର ଉଷ୍ଣତା ବୃଦ୍ଧି କରୁଛି l
ପୂର୍ବରୁ ମହାନଦୀରେ ବର୍ଷସାରା ପାଣି ଭରପୁର ରହୁ ଥିବାରୁ ବାଲି ଓ ପଥର ନଦୀ ର ଜଳ ଶଯ୍ୟାରେ ବୁଡି ରହୁଥିଲା ଫଳରେ ତାପ ମାତ୍ର ହ୍ରାସ ପାଉଥିଲା l ପରବର୍ତୀ ସମୟରେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼, ହୀରାକୁଦ ନଦୀବନ୍ଦ ଯୋଜନା ହେତୁ ଜଳସ୍ତର ମହାନଦୀରେ ହ୍ରାସ ପାଇଲା ଏବଂ ହଜାର ହଜାର ହେକ୍ଟର ର ବାଲୁକା ଶଯ୍ୟା ସୃଷ୍ଟି ସହିତ ପଥର ଗୁଡିକ ପ୍ରାୟ 6ମାସ ଧରି ସୂର୍ଯ୍ୟ ଉତ୍ତାପ ରେ ଉତ୍ତପ୍ତ ହୋଇ ତାପମାତ୍ରା ବୃଦ୍ଧି କରୁଛି l ଅନ୍ୟ ଦିଗରେ ଜଙ୍ଗଲ ନଷ୍ଟ, ପକ୍କା ଘର, କଂକ୍ରିଟ ରାସ୍ତା ସହିତ ଜଙ୍ଗଲ ପୋଡି ଓ ବିଲ ଗୁଡିକରେ ଧାନ ଚାଷ ପରେ ନିଆଁ ଲଗାଯାଉ ଥିବାରୁ ତାପମାତ୍ରା ବୃଦ୍ଧି ପାଉଛି l ଯଦି ଆଗାମୀ ଦିନରେ ନୂତନ ଜଙ୍ଗଲ ସୃଷ୍ଟି ସହିତ ମାନବ ସମାଜ ସଚେତନତା ନ ହୁଏ ତା ହେଲା ଜିଲ୍ଲା ରେ ତାପମାତ୍ରା ବୃଦ୍ଧି ହେବା ସହିତ ଯିବ ଜଗତ ଓ ପରିବେଶ ଉପରେ ଗ୍ରୀଷ୍ମ ପ୍ରଭାବ ପଡିବ l