ବୌଦ୍ଧ- ( ଚିତ୍ତରଞ୍ଜନ ସିଂହ ) ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତପସ୍ୱିନୀ ପରିବାର ବୌଦ୍ଧ ପକ୍ଷରୁ ଏକ ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଜ଼ିଲ୍ଲା ସଂଯୋଜିକା ଗୀତାରାଣୀ ରାୟଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗଦେଇ ଥିଲେ l

କାର୍ଯ୍ୟକ୍ରମରେ ପ୍ରାକୃତିକ ଚିକିତ୍ସା ପରାମର୍ଶ ଦାତା ଭାବେ ଆରୋଗ୍ୟ ଭାରତୀର ରାଜ୍ୟ ସଂଯୋଜକ ତଥା ପ୍ରାକୃତିକ ଚିକିତ୍ସକ ଯୁଧିଷ୍ଠିର ନାୟକ ଯୋଗଦେଇ ପ୍ରାକୃତିକ ଚିକିତ୍ସା ଉପାୟରେ କିପରି ଶରୀରକୁ ସୁସ୍ଥ ରଖାଯାଇ ପାରିବ ଓ ନିରାମୟ ଜୀବନଯାପନ କରିହେବ ସେ ସମ୍ପର୍କରେ ଉପସ୍ଥିତ ମାତୃ ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ l

ଅନୁଷ୍ଠାନ ପକ୍ଷରୁ ସରିତା ମେହେର ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ l ଅନୁଷ୍ଠାନ ପକ୍ଷରୁ ବବିତା ପ୍ରଧାନ, ଦିପ୍ତିରାଣୀ ଷଡ଼ଙ୍ଗୀ, ମିନିତା ଦଳବେହେରା, ରଂଜିତା ମିଶ୍ର, ପୁଷ୍ପାଞ୍ଜଳି ସାହୁ, ରଶ୍ମିତା ପରିଡା, ସୌଦାମିନୀ ପାଲ, ଜ୍ୟେଷ୍ଣା ମିଶ୍ର, ସୁନିତା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l