ଧର୍ମଗଡ଼ ତା ୮/୬/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ସ୍ଥିତ ଓ୍ୱାଡ ନମ୍ବର ୫ ତେନ୍ତୁଲିଆପଡା ରେ ଦୀର୍ଘ ଦିନରୁ ପିଇବା ପାଣିର ସମସ୍ୟା ଲାଗି ରହିଥିବାରୁ ସରକାର ଙ୍କ ଦ୍ଵାରା ଧର୍ମଗଡ଼ ଵସ୍ତିପଡା ଠାରେ ଏକ ପାଣି ଟାଙ୍କି ତିଆରି ହେବା ପାଇଁ ସ୍ଥିର ହୋଇ ଓ୍ୱାଡ ନମ୍ବର ୫ ତେନ୍ତୁଲିଆପଡା ପାଇଁ ଏକ ପାଣି ଟାଙ୍କି ତିଆରି ହୋଇଥିବା ବେଳେ ଠିକାଦାର ଙ୍କ ମନମାନି ଯୋଗୁଁ ଦ୍ଵାରା କାମ ସଂପୂର୍ଣ୍ଣ ହୋଇପାରୁନାହିଁ।
ଯାହାଫଳରେ ସରକାରଙ୍କ ଦ୍ୱାରା ଟେଙ୍କର ଦ୍ଵାରା ଓ୍ୱାଡ ନମ୍ବର ୫ ତେନ୍ତୁଲିଆପଡା କୁ ପାଣି ଯୋଗାଇ ଦିଆଯାଇଛି।ଟେଙ୍କର ଦ୍ଵାରା ପାଣି ଯୋଗାଇବା ଫଳରେ ସରକାର ବହୁ କ୍ଷତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏବଂ ଟାଙ୍କି ତିଆରି ହେଉଥିବା ଖମ୍ବ ଗୁଡ଼ିକରେ ପାଣି ମଧ୍ୟ ଦିଆଯାଉନାହିଁ ବୋଳି ଅଭିଯୋଗ ହେଉଛି। ଯଦି ଏତେ ବଡ଼ ଖମ୍ବ ଗୁଡ଼ାକ ରେ ତିଆରି ସମୟରେ ପାଣି ଦିଆନଗଲେ ଆଗାମୀ ଦିନରେ ଟାଙ୍କି ତିଆରି ସଂପୂର୍ଣ୍ଣ ହେଲେ କିଛି ଅସୁବିଧା ହେବନି ତ !
ଏଣୁ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟ କୁ ତଦାରଖ କରି ଠିକାଦାର ଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେବା ସହିତ ଟାଙ୍କି କମ୍ ସମୟ ମଧ୍ୟରେ ତିଆରି ହୋଇଥିବା ପାଇଁ ସାଧାରଣ ରେ ଅଭିଯୋଗ ହେଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇପାରିଲା ନାହିଁ।