ଭୁବନେଶ୍ୱର: ରାଜନୀତିରୁ ସନ୍ୟାସ ଘୋଷଣା କଲେ ପାଣ୍ଡିଆନ। ଆଉ କ୍ଷମା ମଧ୍ୟ ମାଗିଲେ। କହିଲେ ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ  ଦୁଃଖୀତ । ବିଜୁ ଜନତା ଦଳର ପରାଜୟ ପାଇଁ ମାଗିଲେ କ୍ଷମା। ହାତ ଯୋଡି ବିଜୁ ପରିବାର  ଓ କର୍ମୀମାନଙ୍କୁ  ମାଗିଲେ କ୍ଷମା। ମୋର ଏହି ଯାତ୍ରା ଭିତରେ କାହାକୁ କଷ୍ଟ ହୋଇଥିଲେ ମୁଁ ଦୁଃଖିତ ।

ମୋ ପ୍ରଚାର ଯୋଗୁଁ ବିଜେଡ଼ି ବିରୋଧରେ ଯେଉଁ ନ୍ୟାରେଟିଭ ତିଆରି ହେଲା, ସେଥିପାଇଁ ମୁଁ ବିଜୁ ପରିବାର ଓ ବିଜେଡ଼ି କର୍ମୀଙ୍କୁ କ୍ଷମା ମାଗୁଛି ।ଆହୁରି ମଧ୍ୟ କହିଛନ୍ତି ମୋ ମେଣ୍ଟର ନବୀନ ପଟ୍ଟନାୟକଙ୍କୁ ସହାୟତା କରିବା ପାଇଁ ରାଜନୀତିକୁ ଆସିଥିଲି  । ମୋର ଆଉ କିଛି ଆଶା ନଥିଲା, ସେଥିପାଇଁ ମୁଁ ପ୍ରାର୍ଥୀ ହେଲି ନାହିଁ କିମ୍ବା କୌଣସି ଦଳୀୟ ପଦ ପଦବୀରେ ରହିଲି ନାହିଁ । ପୈତୃକ ସମ୍ପତ୍ତି ଛଡ଼ା ପୃଥିବୀର କୌଣସି ଜାଗାରେ ମୋର କିଛି ସମ୍ପତ୍ତି ନାହିଁ । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ବେଳେ ଯେତିକି ସମ୍ପତ୍ତି ଥିଲା ଏବେ ବି ମୋର ସେତିକି ସମ୍ପତ୍ତି ଅଛି ।