ହରଭଙ୍ଗା ୮/୬ (ଚିତ୍ତ ରଞ୍ଜନ ସିଂ)୨୦୨୪ ନିର୍ବାଚନ ରେ ପଶ୍ଚିମ ଓଡ଼ିଶା ର ଅନ୍ୟତମ ପ୍ରମୁଖ ଜିଲ୍ଲା ବୌଦ୍ଧ ଜିଲ୍ଲା ରେ ଏକ ମାତ୍ର ସଂସଦୀୟ ଆସନ କନ୍ଧମାଳ ଓ ଦୁଇଟି ବିଧାନସଭା ଆସନ ବୌଦ୍ଧ ଓ କଣ୍ଟାମଳ ଆସନ ରୁ ବିଜେପି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ବୌଦ୍ଧ ବିଧାନସଭା ଆସନ ରୁ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ। ପାଞ୍ଚ ପାଞ୍ଚ ଥର ବୌଦ୍ଧ ରୁ ବିଧାୟକ ରୂପେ ନିର୍ବାଚିତ ହୋଇ ଆସିଥିବା ବିଜେଡି ର ପ୍ରଦୀପ କୁମାର ଅମାତ ଶୋଚନୀୟ ପରାଜୟ ର ଶିକାର ହୋଇଛନ୍ତି। ବୌଦ୍ଧ ଜିଲ୍ଲା ରେ ପ୍ରଭାହିତ ହୋଇଛି ପରିବର୍ତନ ର ହାୱା।
ବିଗତ ସରକାର ମାନଙ୍କରେ ବୌଦ୍ଧ କୁ ଗୁରୁତ୍ୱ ଦିଆ ଯାଇଆସିଅଛି। ବିଗତ ସମୟରେ ବୌଦ୍ଧ ଆସନ ରୁ ନିର୍ବାଚିତ ନଟବର ପ୍ରଧାନ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ଆଇନ ଓ ଜଙ୍ଗଲ ବିଭାଗ ଭଳି ମନ୍ତ୍ରୀ ପଦ ପାଇଥିଲେ। ସ୍ବର୍ଗତ ହିମାଂଶୁ ଶେଖର ପାଢ଼ୀ ଉପବାଚସ୍ପତି ଆସନ ଅଳଂକୃତ କରିଥିଲେ।ସଚ୍ଚିଦାନନ୍ଦ ଦଲାଲ ଥିଲେ ବିଜେଡ଼ି ପକ୍ଷରୁ ବିରୋଧୀ ଦଳ ନେତା।ସ୍ବର୍ଗତ ନଟବର ପ୍ରଧାନ ଙ୍କ ଜ୍ୟୋଇଁ ପ୍ରଦୀପ କୁମାର ଅମାତ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ ମନ୍ତ୍ରୀ ପଦ ପାଇଥିଲେ।
ତେଣୁ ସମ୍ପ୍ରତି ଗଠିତ ହେବାକୁ ଯାଉଥିବା ନୂତନ ମନ୍ତ୍ରୀ ମଣ୍ଡଳ ରେ ବୌଦ୍ଧ କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯିବା ପାଇଁ ନିର୍ବାଚନ ମଣ୍ଡଳୀ ର ଅଧିବାସୀ ମାନଙ୍କ ପକ୍ଷରୁ ଦାବୀ ହେଉଛି।ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ଅନେକ ଅନାଗ୍ରସର ଅଞ୍ଚଳ ରହିଛି।ଏହି ବିଧାନସଭା କ୍ଷେତ୍ର ରେ ବସବାସ କରନ୍ତି ଅନେକ ତଫସିଲ ଯୁକ୍ତ ଜାତି, ଜନଜାତି ଓ ଅନେକ ପଛୁଆ ବର୍ଗ ଲୋକ।ତେଣୁ ମନ୍ତୀ ପରିଷଦ ରେ ବୌଦ୍ଧ କୁ ଯଥାଚିତ ପ୍ରତିନିଧିତ୍ୱ ପ୍ରଦାନ କରାଗଲେ ନିର୍ବାଚନ ମଣ୍ଡଳୀ ର ଉପଯୁକ୍ତ ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି।ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ବିକାଶ ର ଧାରା ଜାରି ରଖିବା ପାଇଁ ଏହା ଏକମାତ୍ର ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।