ହରଭଙ୍ଗା :୧୦/୦୬ (ଚିତ୍ତ ରଞ୍ଜନ ସିଂ ):ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲା ପୁଖୁରିଆ ଥାନା ରାଣିନଗର ଗ୍ରାମର ଖଦିମୂଳ ଇସଲାମ । ଏକ ରେଳ ଠିକସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ଅତ୍ୟଧିକ ବାନ୍ତି ହେବାରୁ ସାଥି ମାନେ ତାଙ୍କୁ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଁଚି ତଦନ୍ତ କରୁଛି । ସୁଚନାମୁତାବକ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲା ପୁଖୁରିଆ ଥାନା ରାଣିନଗର ଗ୍ରାମର ଖଦିମୂଳ ଇସଲାମ ।
ଏକ ଘରୋଇ ଠିକା ସଂସ୍ଥା ସାହଯ୍ୟ ରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରୋଡାକୋଠା ନିକଟରେ ଚାଲିଥିବା ରେଳଲାଇନ ରେ ଡ୍ରେନ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିଲେ । ଗତକାଲି ବିଳମ୍ବିତ ରାତି ରେ ହଠାତ ତାଙ୍କର ବାନ୍ତି ଆରମ୍ଭ ହୋଇଯାଇଥିଲା । ଧିରେ ଧିରେ ଜୋର ବାନ୍ତି ହୋଇଥିଲା । ଏହା ଦେଖି ସାଥି ମାନେ ତାଙ୍କୁ ପୁରୁଣାକଟକ ଚିକିତ୍ସାଳୟ ରେ ଆଣି ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରାଥମିକ ତଦନ୍ତ ରୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।