ହରଭଙ୍ଗା ୧୦/୦୬ (ଚିତ୍ତ ରଞ୍ଜନ ସିଂ )ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଓଡ଼ିଶା ରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ସେଥି ମଧ୍ୟରୁ ଶୀତଳଷଷ୍ଠୀ ଅନ୍ୟତମ ପର୍ବ ଭାବେ ପାଳିତ କରାଯାଇଥାଏ। ଶିବ ଓ ପାର୍ବତୀ ଙ୍କ ବିଭାହ କୁ ଶୀତଳଷଷ୍ଠୀ ପର୍ବ କୁଯାଇଥାଏ। ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବ ପୀଠ ମାନଙ୍କରେ ଆଜି ଏହି ପର୍ବ ପାଳନ ହୋଇଯାଇଛି।
ଆଜି ଥିଲା ଶିବବିବାହ। ଏବଂ ଆସନ୍ତା କାଲି ଶୀତଳଷଷ୍ଠୀ। ଅର୍ଥାତ ଆସନ୍ତା କାଲି ବାପଘରୁ ଶାଶୁଘରକୁ ମାତା ପାର୍ବତୀ ଙ୍କୁ ଛାଡିବା ପାଇଁ ଆସିଥାନ୍ତି।ପଶ୍ଚିମ ଓଡ଼ିଶା ର ସମ୍ବଲପୁର ରେ ଏହି ପର୍ବକୁ ଖୁବ ଧୁମ ଧାମ ରେ ପାଳନ କରାଯାଇଥାଏ।ଦୀର୍ଘ ଚାରିଦିନ ଦିନ ଧରି ଏହି ପର୍ବ ପାଳନ ହୋଇଥାଏ।ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଚାରିଛକ ସ୍ଥିତ ଶ୍ରୀ ଶ୍ରୀ କେଦାରେଶ୍ୱର ମହାଦେବ ଶିବବାବାଙ୍କର ପ୍ରଥମ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୋଇଯାଇଛି । ତେଣୁ ଆଜି କାମ୍ପିଲ୍ୟ ବାସିନୀ ମାଆ ପାର୍ବତୀଙ୍କ ବଡଭାଈ ଜଗାବଳିଆ ମହାପ୍ରଭୁଙ୍କୁ ନିମନ୍ତ୍ରଣ ହୋଇଥିଲା ।
ତେଣୁ ଆଜି ସମସ୍ତ ଶ୍ରଦ୍ଧାଳୁଭକ୍ତ ଭାଈଭଉଣୀ ଆଜି ଉପରବେଳା ୪ ଘଣ୍ଟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ଏକାଠି ହେବା ପରେ ଭଉଣୀ ବିବାହ ଭାର ଧରି ଶୋଭାଯାତ୍ରାରେ ବାହାରି କେଦାରେଶ୍ବର ବାବାଙ୍କ ମନ୍ଦିରରେ ପହଞ୍ଚି ବିବାହୋତ୍ସବରେ ଯୋଗଦାନ କରିଥିଲେ । ପରେ ସେଠାରେ କନ୍ୟା ପିତା ଘର ଲୋକେ ସ୍ୱାଗତ କରିବା ସହ ମନ୍ଦିର କୁ ପାଛୋଟି ନେଇଥିଲେ। ସେହିପରି ହରଭଙ୍ଗା ବ୍ଲକ ର ହରଭଙ୍ଗା, ବୁରୁବୁଡ଼ା, ଚାରିଛକ, ତଳଗାଁ, ଧଳପୁର ଆଦି ବିଭିନ୍ନ ଶୈବପୀଠ ମାନଙ୍କରେ ଶୀତଳଷଷ୍ଠୀ ଖୁବ ଧୁମଧାମ ପାଳିତ ହୋଇଯାଇଛି।ଏହି କାଯ୍ୟକ୍ରମରେ ବହୁ ସଂଖ୍ୟା ରେ ଭକ୍ତ ଯୋଗ ଦେଇଥିବା ସୂଚନା ମିଳିଛି ।