ହରଭଙ୍ଗା : ୧୪/୬ (ଚିତ୍ତ ରଞ୍ଜନ ସିଂ )ଗତକାଲି ସନ୍ଧ୍ୟା ସମୟ ରେ ହଠାତ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବେଗରେ ପବନ ବହିବା ସହିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ହରଭଙ୍ଗା ବ୍ଲକ ଅଞ୍ଚଳ ର ହରଭଙ୍ଗା,କୁସଙ୍ଗ, ଛତ୍ରଙ୍ଗ, ସଂକୁଲେଇ, ଆଡ଼େଣିଗଡ଼, ତଳଗାଁ, ରାମଗଡ଼, ଧଳପୁର, ଆଦି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବହୁ କଚା ଘରଗୁଡ଼ିକ ନଡ଼ା ଛପର ଉଡିଯିବା ସହ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ହରଭଙ୍ଗା ଧଳପୁର ରାସ୍ତା ରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ସୂଚନା ମଧ୍ୟ ମିଳିଛି।
ଏପରିକି ହରଭଙ୍ଗା ଚାରିଛକ ରାସ୍ତା ମଧ୍ୟ ଗଛ ପଡ଼ି ଅବରୋଧ ହୋଇଥିଲା। ଗୋଟେ ପଟେ ବର୍ଷା ଯୋଗୁଁ ପ୍ରବଳ ଗରମ ଗୁଳୁଗୁଳି ରୁ ଲୋକ ମାନେ ଟିକେ ଆଶ୍ବସ୍ତି ଲାଭ କରିଥିବା ବେଳେ ଅନ୍ୟପଟେ ତାଣ୍ଡବ ରଚିଛି କାଳ ବୈଶାଖୀ।ପ୍ରାୟ ଅଧିକାଂଶ ଅଞ୍ଚଳ ରେ ଗଛଭାଙ୍ଗିବା, ଘରଭାଙ୍ଗିବା, ବିଦ୍ୟୁତତାର ଛିଣ୍ଡିବା, ଟିଣଛପର ଉଡ଼େଇନେବା ଭଳି ଚିତ୍ର ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟା ଠାରୁ ଅଧିକାଂଶ ଅଞ୍ଚଳ ରେ ବିଦ୍ୟୁତ ସରୋବରହ ବନ୍ଦ ରହିଛି।କୋଉଠି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି ତ ଆଉ କୋଉଠି ତାର ଛିଣ୍ଡି ପଡ଼ିଛି। ସେହିପରି ହରଭଙ୍ଗା ଥାନା ର ଷ୍ଟାଫ କ୍ୱାର୍ଟର ଗୁଡ଼ିକ ର ଆଜବେଷ୍ଟ ସବୁ ଭାଙ୍ଗି ପବନ ରେ ଉଡେଇନେଇଥିବା ସହ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି।