ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ସୋନପୁର ଓ ବୌଦ୍ଧ ଜିଲ୍ଲାର ଝାରମୁଣ୍ଡା ରେଳ ଷ୍ଟେସନ ମଧ୍ୟରେ ନିର୍ମିତ ନୂତନ ଲାଇନର କାର୍ଯ୍ୟ ଯାଞ୍ଚ କରାଯିବା ସହ ସ୍ପିଡ଼ ରେଳ ଟ୍ରାଇଲ ରନ କରାଯାଇଛି l ନିର୍ମିତ ନୂତନ ଲାଇନର କାର୍ଯ୍ୟ ଯାଞ୍ଚ ତିନି ଦିନ ଧରି କରାଯାଇଛି l କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ ରେଳ ସୁରକ୍ଷା କମିଶନର ବ୍ରିଜେଶ କୁମାର ମିଶ୍ର , ସମ୍ବଲପୁର ଡି ଆର ଏମ ତୁଷାରକାନ୍ତି ପଣ୍ଡା, ମୁଖ୍ୟ ସୁରକ୍ଷା ଅଧିକାରୀ ଗୌତମ ଶ୍ରୀନିବାସ , ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ l ରେଳ ମାନଚିତ୍ରରେ ସ୍ଥାନ ପାଇବ ବୌଦ୍ଧ ଜିଲା l ଏଥି ପାଇଁ ଜିଲାର ବିଭିନ୍ନ ଅଂଚଳରେ ଦେଖାଦେଇଛି ଖୁସିର ଲହରୀ l
ବୌଦ୍ଧ ଜିଲ୍ଲାକୁ ଗଡ଼ିଲା ରେଳ । କରାଗଲା ସ୍ପିଡ଼ ରେଳ ଟ୍ରାଇଲ ରନ l ସୁବର୍ଣ୍ଣପୁର ଜିଲ୍ଲାରୁ ତେଲନଦୀ ବ୍ରିଜ ଦେଇ ଜିଲ୍ଲାର ମନମୁଣ୍ଡା ପୁରୁଣାପାଣି ଷ୍ଟେସନ କୁ ପ୍ରଥମ ପର୍ଯ୍ୟାୟରେ ରେଳ ଇଞ୍ଜିନ ଟ୍ରାଏଲରନ ହୋଇଥିଲା । ସେହିଭଳି ଝାରମୁଣ୍ଡା ରେଲ ଷ୍ଟେସନ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟୟ ରେ ରେଳ ଇଞ୍ଜିନ ଟ୍ରାଏଲରନ କରାଯାଇଥିଲା l ଆଜି ସୋନପୁର ଓ ବୌଦ୍ଧ ଜିଲାର ଝାରମୁଣ୍ଡା ରେଳ ଷ୍ଟେସନ ମଧ୍ୟରେ ନିର୍ମିତ ନୂତନ ଲାଇନର କାର୍ଯ୍ୟ ଯାଞ୍ଚ କରାଯିବା ସହ ସ୍ପିଡ଼ ରେଳ ଟ୍ରାଇଲ ରନ କରାଯାଇଛି l ଖୁବଶୀଘ୍ର ବୌଦ୍ଧ ପର୍ଯ୍ୟନ୍ତ ରେଳ ଟ୍ରାଇଲ ରନ କରାଯିବ, ସେଥିପାଇଁ ଜୋରସୋରରେ କାମ ମଧ୍ୟ ଚାଲିଛି l ସାଲୁଙ୍କୀ ନଦୀ ଉପରେ ରେଳ ବ୍ରିଜ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।
ଅନ୍ୟପକ୍ଷରେ ବୌଦ୍ଧ ମୁଖ୍ୟ ଷ୍ଟେସନ ଠାରେ ଦୁଇଗୋଟି ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୌଦ୍ଧ ମୁଖ୍ୟ ଷ୍ଟେସନରେ ୮ ଗୋଟି ଟ୍ରାକ ବିଛା ଯାଉଥିବାବେଳେ ୬ ଗୋଟି ପ୍ଲାଟଫର୍ମ ନିର୍ମାଣ ହେବ ବୋଲି ଜଣାଯାଇଛି । ବୌଦ୍ଧ ଜିଲାରେ ରାଜ୍ୟ ରେଳ ପ୍ରକଳ୍ପର ସବୁଠାରୁ ବଡ ଟନେଲ ନିର୍ମାଣ ହେଉଛି । ହରଭଙ୍ଗା ବ୍ଲକର ଆଡେଣୀଗଡଠାରୁ କୋରଡାକୋଠା ପର୍ଯ୍ୟନ୍ତ ନିର୍ମାଣାଧିନ ଏହି ଟନେଲର ଲମ୍ବ ୪ କିଲୋମିଟର ରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।