ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ନବରଙ୍ଗପୁର ସହର ରେ ବିଭିନ୍ନ ମହଜିତ ରେ ବକରା ଇଦ ବଡ଼ ଆଡ଼ମ୍ବରରେ ପାଳିତ ହେଇଯାଇଛି!ଆଜି ନବରଙ୍ଗପୁର ପଠାଣ ସାହି ଜାମା ମହଜିତ ଏବଂ ଗାନ୍ଧୀ ନଗର ସ୍ଥିତ ନୁରୀ ମସଜିଦ ପରିସରରେ ଇଦ୍ ଉଲ୍ ଅଝା ପାଳିତ ହୋଇଯାଇଛି। ଆଜି ସକାଳୁ ସମସ୍ତ ମୁସଲମାନ ଭାଇମାନେ ଏକ ଶୋଭାଯାତ୍ରାରେ ବାହାରି ଇଦଗାହା ପଡ଼ିଆରେ ସମବେତ ହୋଇ ମୌଲାନା ସୋହେବ ରଜାଙ୍କ ପୌରହିତ୍ୟରେ ନମାଜ ପାଠ କରିଥିଲେ ।

ଏହାପରେ ପରଷ୍ପର ଇଦ୍ ଶୁଭେଛା ଜଣାଇଥିଲେ | ପରେ ସମସ୍ତେ କବ୍ରିସ୍ତାନ (ଶ୍ମଶାନ)କୁ ଯାଇ ନିଜ ନିଜ ପରିବାରର ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ବଳିଦାନର ପର୍ବ ଇଦ୍ ଉଲ୍ ଅଝା ମୁସଲମାନ ଧର୍ମାବଲମ୍ବୀଙ୍କ ଏକ ପ୍ରମୁଖ ପର୍ବ ପର୍ବ ଅଟେ |

ଏହି ପର୍ବ ମହାପୁରୁଷ ଇବ୍ରାହିମ ଅଲେସଲାମଙ୍କ ଆଲ୍ଲାଙ୍କ ଙ୍କ ପ୍ରତି ଥିବା ଦୃଢ଼ ଭକ୍ତି ଏବଂ ତ୍ୟାଗକୁ ମନେ ପକେଇବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ନବରଙ୍ଗପୁର ର ବିଶିଷ୍ଟ ସମାଜସେବୀ ଜାଫର କାଦେରିଆ, ଯୁବ ଆଇନ ଜୀବି ଇମ୍ରାନ ସରିଫ, ସ୍ୱାଧୀନତା ସଂଗ୍ରାମୀ ଙ୍କର ଦାୟଦ ସିରାଜ ଉଦ୍ଧିନ ପ୍ରମୁଖ ନବରଙ୍ଗପୁର ଜିଲ୍ଲାବାସୀ ଏବଂ ସମଗ୍ର ଭାରତ ବାସୀଙ୍କୁ ବାକିରୀ ଇଦ ଶୁଭେଚ୍ଛା ଜଣାଇବା ସହ ଆଲା ଙ୍କ ନିକଟରେ ଖୁସି, ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ !